ଛୁଟି ଘୋଷଣା ସତ୍ୱେ ମାନିଲେନି କର୍ତ୍ତୃପକ୍ଷ, ଖରାରେ ଆସିଲେ ଛାତ୍ରଛାତ୍ରୀ

କଟକ/ଗଜପତି: ସରକାରୀ ନିୟମ ଉଲଂଘନ । ସ୍କୁଲ ଛୁଟି ପାଇଁ ରାଜ୍ୟ ସରକାରଙ୍କ ଛୁଟି ଘୋଷଣାକୁ ଉଲଘଂନ କରିଛି କଟକ ପୁରୀଘାଟ ଅଞ୍ଚଳରେ ଏକ ଘରୋଇ ସ୍କୁଲ । ସ୍କୁଲ କର୍ତ୍ତୃପକ୍ଷ ନିୟମ ଅଣଦେଖା କରି ପିଲାମାନଙ୍କୁ ପାଠ ପଢାଉ ଥିବା ଦେଖିବାକୁ ମିଳିଥିଲା । ହେଲେ ଗଣ ମାଧ୍ରମ ପ୍ରତିନିଧି ପହଞ୍ଚିବାରୁ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଛୁଟି କରିଦେଇଥିଲେ ।ସେହିପରି ସରକାରଙ୍କ ସ୍କୁଲ ଛୁଟି ଘୋଷଣାକୁ ମୋହନାରେ ବେଖାତିର  ।

ତାପମାତ୍ରା ବୃଦ୍ଧି ଯୋଗୁଁ ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  । ହେଲେ ଆଜି ଗଜପତି ଜିଲ୍ଲା ମୋହନା ସେଣ୍ଟ ପିଟର କନଭେଣ୍ଟ ସ୍କୁଲ ଖୋଲିଥିବା ଦେଖିବାକୁ ମିଳିଥିଲା । ପାଠପଢା ସହ ପ୍ରଚଣ୍ଡ ଖରାରେ ପିଲାମାନେ ସ୍କୁଲ ପରିସର ପଡ଼ିଆରେ ଖେଳୁଥିବା ମଧ ଦେଖିବାକୁ ମିଳିଥିଲା  । ସେପଟେ ବିଦ୍ୟାଳୟକୁ ସେଭଳି କୌଣସି ଚିଠି ଆସିନି ତେଣୁ ବିଦ୍ୟାଳୟ ଖୋଲାଯାଇଥିବା କହିଛନ୍ତି ବିଦ୍ୟାଳୟ କମିଟି ସମ୍ପାଦକ  ।