ଲକଡାଉନ୍‌ ପାଇଁ ଆରଟିଓ ନିୟମରେ ପରିବର୍ତ୍ତନ… ରିନୁଆଲ୍‌ ଆବେଦନ ଉପରେ ଲାଗିବନି ବିଳମ୍ବିତ ଶୁଳ୍କ

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନ ଲାଗି ଅନେକ ନୀତି ନିୟମରେ ପରିବର୍ତ୍ତନ ହୋଇଥିଲା । ହେଲେ ଏବେ ଲକଡାଉନ୍ ପାଇଁ ପୁଣି ମୋଟର ଯାନ ଶୁଳ୍କ ପୈଠ ଓ ସମୟ ଅବଧି ବୃଦ୍ଧି କରାଯାଇଛି । ଜୁଲାଇ ୩୧ ଯାଏଁ କରିହେବ ଲାଇସେନ୍ସର ନବୀକରଣ। କୋଭିଡ ୧୯ ଲକଡାଉନକୁ ଦୃଷ୍ଟିରେ ରଖି ସଡକ ପରିବହନ ଓ ରାଜପଥ ମନ୍ତ୍ର।ଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିୟମ ଅନୁଯାୟୀ, ନବୀନକଣ ସମେତ ବିଭିନ୍ନ କାର୍ଯ୍ୟ ପାଇଁ ଫେବୃଆରୀ ପହିଲା କିମ୍ବା ଏହା ପରେ ଦାଖଲ କରାଯାଇଥିବା ଶୁଳ୍କର ପ୍ରକ୍ରିୟା କରଣ ହୋଇ ନପାରିଲେ, ଏହାର ବୈଧତା ବଜାୟ ରହିବ ।

ଏସବୁ କାଗଜପତ୍ର ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ କୈାଣସି ବିଳମ୍ବିତ ବା ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ । ପୂର୍ବରୁ ଗାଡିଗୁଡିକର କାଗଜପତ୍ରର ବୈଧତା ବୃଦ୍ଧି ଲାଗି ମାର୍ଚ୍ଚ ୩୦ରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଲକଡାଉନ ଅବଧି ମଧ୍ୟରେ କାଗଜପତ୍ରର ବୈଧତା ସରିଯାଇଥିଲେ କିମ୍ବା କେହି ଏଥିପାଇଁ ଆବେଦନ କରିପାରି ନଥିଲେ ଜୁନ୍‌ ୩୦ ତାରିଖ ମଧ୍ୟରେ କୈାଣସି ବିଳମ୍ବିତ ଫି ନଦେଇ କରାଯାଇ ପାରିବ ବୋଲି କୁହାଯାଇଥିଲା । ପୁଣି ଏହି ବୈଧତାକୁ ଜୁଲାଇ ୩୧ ଯାଏ ବୃଦ୍ଧି କରିଛି ପରିବହନ ବିଭାଗ ।

Leave a Reply