ବିଦେଶରୁ ଫେରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

1 min read

ନୂଆଦିଲ୍ଲୀ: ବିଦେଶରୁ ଫେରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି- ଆଦାନୀ ପ୍ରସଙ୍ଗରେ ସତ ସାମ୍ନାକୁ ଆସିବା କ୍ଷେତ୍ରରେ ଡରୁଛନ୍ତି ସରକାର । ସେ ନିଶ୍ଚିତ ଯେ ସଂସଦରେ ତାଙ୍କୁ କହିବା ଲାଗି ଅଧିକାର ଦିଆଯିବ ନାହିଁ । ସେ ପାର୍ଲାମେଣ୍ଟରେ ଯାହା କହିଥିଲେ ତାହାକୁ ଉଦ୍ଦେଶ୍ୟମୂଳକ ଭାବେ ହଟାଇ ଦିଆଯାଇଛି । ଦେଶବାସୀଙ୍କ ଦୃଷ୍ଟି ଏଡ଼ାଇବା ଲାଗି ଚାଲିଛି ଅପଚେଷ୍ଟା । ବ୍ରିଟେନରେ ସେ ଭାରତ ସମ୍ପର୍କରେ ଯାହା କହିଥିଲେ ସେଥିଲାଗି ସେ କ୍ଷମା ମାଗିବେନି ।