କରୋନା ଭାଇରସ୍‌କୁ ରାଜ୍ୟ ବିପତ୍ତି ଘୋଷଣା କଲେ ରାଜ୍ୟ ସରକାର

କେରଳ: କରୋନା ଭାଇରସ୍‌କୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି କେରଳ ସରକାର । ରାଜ୍ୟରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ଏନେଇ ଆଲର୍ଟ ଜାରି କରାଯାଇଛି। ଦେଶର ୩ କରୋନା ଆକ୍ରାନ୍ତ କେରଳର ଓ ସେମାନେ ନିକଟରେ ଚୀନ୍‌ରୁ ଫେରିଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ।

ରଳରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକର ଅନେକ ଜିଲ୍ଲାରେ ହାଇ ଆଲର୍ଟ ଘୋଷଣା କରାଯାଇଛି । କେରଳର ପ୍ରାୟ ୭୦ ଜଣ ଲୋକଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି । ସେପଟେ ଚୀନ୍‌ରେ କରୋନା ନେଲାଣି ୪ଶହରୁ ଅଧିକ ଜୀବନ । ୨୦ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ବୁହାନରୁ ସାରା ବିଶ୍ୱକୁ କାୟା ବିସ୍ତାର କରୁଛି କରୋନା ।

Leave a Reply