spot_img

Latest Posts

ବିକ୍ରି ହୋଇନି ଏୟାର ଇଣ୍ଡିଆ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ ହାତକୁ ଯିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର।

ସୂଚନା ଅନୁଯାୟୀ, ସରକାରୀ ଏୟାର ଲାଇନ୍ସ ‘ଏୟାର ଇଣ୍ଡିଆ’ର ନିଲାମ ଜିତି ଟାଟା ସନ୍ସ ଏହାର ମାଲିକାନା ନିଜ ହାତକୁ ନେଇଥିବା ଖବର ପ୍ରସାରିତ ହୋଇଥିଲା । ହେଲେ କେନ୍ଦ୍ର ସରକାର ଏହି ମିଡିଆ ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟା ଏବେ ବି ଜାରି ରହିଛି । ହେଲେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ଟ୍ବିଟରରେ ସୂଚନା ଦେଇଛନ୍ତି DIPAMର ସେକ୍ରେଟେରୀ ।

ସୂଚନା ଅନୁଯାୟୀ, ଟାଟା ଗ୍ରୁପର ଅଜୟ ସିଂ ଏବଂ ସ୍ପାଇସଜେଟ୍‌ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ଡାକିଥିଲେ। ଆଉ ଯାହା ପରେ ଟାଟା ଗ୍ରୁପ ନିଲାମ ଜିତିଥିବା ନେଇ ଚର୍ଚ୍ଚା ହୋଇଥିଲା । ଯାହାକୁ ଖଣ୍ଡନ କରିବା ସହ କେନ୍ଦ୍ର ସରକାର କହିଛନ୍ତି ଯେ କିଛି ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ସୂଚନା ଦିଆଯିବ । ତେବେ ୨୦୦୭ ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆ ନିଟ୍ ଲାଭରେ ଆସିନାହିଁ । ମାର୍ଚ୍ଚ ୨୦୨୧ ଶେଷ ହେବାକୁ ଥିବା ତ୍ରୈମାସରେ ଏୟାର ଇଣ୍ଡିଆର ପ୍ରାୟ ୧୦,୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶା କରାଯାଉଛି । ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୬୭୪ କୋଟି ଟଙ୍କା ଋଣ ଥିଲା ।

Latest Posts

Don't Miss