ସରକାରୀ ବିକ୍ରୟ କେନ୍ଦ୍ରରେ ବାହାରୁଛି ପଚା ଆଳୁ ,ଚିନ୍ତାରେ ଖାଉଟି

1 min read

ଗଞ୍ଜାମ :  ପଚା ଆଳୁକୁ ନେଇ ଚିନ୍ତାରେ ଆଳୁ ବ୍ୟବସାୟୀ । ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଅଧିକ ପଚା ବାହାରୁଥିବାରୁ କାନ୍ଦିଲେଣି ବ୍ୟବସାୟୀ । ଫଳରେ କିଲୋପିଛା ୪୦-୪୫ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ । ଗୋଦାମ ବାହାରେ ଗଡୁଛି ଶହ ଶହ କୁଇଣ୍ଟାଲର ପଚା ଆଳୁ । ଇଏ ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କଇଠରାର ଦୃଶ୍ୟ । ଗୋଟିଏ ଆଳୁ ଗାଡ଼ିରୁ ୩-୪ ଟନ ଆଳୁ ପଚା ବାହାରୁ ଥିବାରୁ କ୍ଷତି ସହୁଛନ୍ତି ଗୋଦାମ ମାଲିକ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଆଳୁ ଆସେ । ହେଲେ ଏବେ କିଛି ଦିନ ହେଲା ଗାଡ଼ି ସବୁ ଛତିଶଗଡ ବିହାର ଦେଇ ବୁଲି ବୁଲି ଓଡ଼ିଶାକୁ ଆସୁଛି ।  ଯାହା ଫଳରେ ଦୁଇଦିନ ଭିତରେ ଓଡ଼ିଶାରେ ପହଞ୍ଚୁଥିବା ଆଳୁ ଗାଡ଼ି ଏବେ ଓଡ଼ିଶାରେ ପହଞ୍ଚିବାକୁ ୫ ରୁ ୭ ଦିନ ଲାଗି ଯାଉଛି l ଆଳୁ ଗାଡ଼ି ବ୍ୟବସାୟୀଙ୍କ ପାଖରେ ବିଳମ୍ବରେ ପହଞ୍ଚୁଥିବାରୁ ବାଟରେ ପଚି ନଷ୍ଟ ହୋଇଯାଉଥିବା କହିଛନ୍ତି ବ୍ୟବସାୟୀ  ।