ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି ଫେରିଲେ ରାଜ୍ୟପାଳ

ପୁରୀ: ଜଗା ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ସିଂହଦ୍ୱାର । କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ଏଭଳି ସ୍ଥିତିରେ କେମିତି ବା ଦୂରେଇ ରହିଥାନ୍ତେ ଜଗନ୍ନାଥ ପ୍ରେମୀ । ଆଜି ସର୍ବସାଧାରଣଙ୍କ ସହ ସାମିଲ ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ ।

ଏହାସହ ରାଜ୍ୟପାଳ ଶ୍ରୀଜିଉଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହ ବିଭିନ୍ନ ଗଣମାଧ୍ୟମଙ୍କ ଶୁଭ କାମନା କରିଛନ୍ତି । ଯଦିଓ ଶ୍ରୀମନ୍ଦିର ଭିତରକୁ ରାଜ୍ୟପାଳ ପ୍ରବେଶ କରିନାହାଁନ୍ତି ତାଥାପି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ । ତେବେ କରୋନା କଟକଣା କାରଣରୁ ଦୀର୍ଘ ୧୦ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବାରର ସୌଭାଗ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏତେଦିନର ଅଳି ଅଝଟକୁ କାଳିଆ ପାଖରେ କରୁଛନ୍ତି ଗୁହାରି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ୧୫ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି ।  ରାତି ୮ ଟା ଯାଏଁ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ୨ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ୪୦କନଷ୍ଟେବଳ, ୪୦ ହୋମଗାର୍ଡଙ୍କ ସହ ୧୮ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

Leave a Reply