ମହାରଥୀ ଯୁଗାବସାନରେ ଶୋକ ପ୍ରକାଶ କଲେ ରାଜ୍ୟପାଳ….
1 min readଭୁବନେଶ୍ୱର: ପିପିଲି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ସାରା ରାଜ୍ୟ ଶୋକ ପ୍ରକାଶ କରୁଛି । ଏହି କ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ପ୍ରଦୀପଙ୍କ ବିୟୋଗରେ ଶୋକ ଜଣାଇଛନ୍ତି ।
Hon'ble Governor condoles the sad demise of Hon'ble MLA & Ex Minister Pradeep Maharathy and conveys his deep sympathy to the bereaved family and constituents. "He was a popular leader & able legislator, his untimely death is a big loss to the polity", the Governor added. ??
— Governor Odisha (@GovernorOdisha) October 4, 2020
ଓଡ଼ିଶା ରାଜ୍ୟପାଳ ଟ୍ୱିଟ୍ କରି ପ୍ରଦୀପଙ୍କ ମୃତ୍ୟୁକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କ ଅବଦନାକୁ ପ୍ରଶଂସା କରିଥିଲେ । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ୱିଇଟରରେ ଲେଖିଛନ୍ତି, ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଖବର ପାଇଁ ଦୁଃଖିତ । ଖୁସ୍ ମିଜାସ୍ ଓ ରୋକଠୋକ୍ ବ୍ୟବହାର କରି ସେ ଏକ ବିରଳ ପରିଚୟ ସୃଷ୍ଟି କରିଛନ୍ତି ।
ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।
ଶ୍ରୀଯୁକ୍ତ ମହାରଥୀ ଜଣେ ଖୁସ୍ ମିଜାସ୍ ତଥା କୌଣସି ବି ପ୍ରସଙ୍ଗରେ ରୋକଠୋକ୍ ଭାବରେ ନିଜର ମତ ରଖିବା ସହ ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ଏକ ବିରଳ ପରିଚୟ ସୃଷ୍ଟି କରିଥିଲେ ।
— Dharmendra Pradhan (मोदी का परिवार) (@dpradhanbjp) October 4, 2020
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ତେବେ ଓଡିଶା ରାଜନୀତିର ପ୍ରାୟ ସମସ୍ତ ନେତା ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।