ପେଟ୍ରୋଲ ପମ୍ପ ବିସ୍ଫୋରଣ, ଭାଙ୍ଗିଲା ରାଜଭବନ କାଚ ! ଉପସ୍ଥିତ ଥିଲେ ରାଜ୍ୟପାଳ..
1 min readଭୁବନେଶ୍ୱର: ବିସ୍ଫୋରଣ ପ୍ରଭାବରେ ଭୁଶୁଡ଼ିଲା ରାଜଭବନ କାଚ । ଗଭର୍ଣ୍ଣର ହାଉସ୍ ଛକରେ ଥିବା ପେଟ୍ରୋଲ୍ ପମ୍ପରେ ଭୟଙ୍କର ବିସ୍ଫୋରଣ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏହି ବିସ୍ଫୋରଣ ପ୍ରଭାବରେ ରାଜଭବନର ମଧ୍ୟ ଅନେକ କ୍ଷତି ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ ସମୟରେ ରାଜଭବନରେ ଉପସ୍ଥିତ ଥିଲେ ରାଜ୍ୟପାଳ । ଦୁର୍ଘଟଣା ନେଇ ରାଜ୍ୟପାଳ ଅବଗତ ଅଛନ୍ତି । ତେବେ ରାଜଭବନରେ କର୍ଯ୍ୟରତ କର୍ମଚାରୀଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସମସ୍ତ କର୍ମଚାରୀ ସୁରକ୍ଷିତ ରହିଛନ୍ତି । ଏନେଇ ରାଜଭବନର ଲୋକସମ୍ପର୍କ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।
ତେବେ କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍ ଥିବା ରିପୋର୍ଟ ଦିଆଯାଇଛି । ଏହି ବିସ୍ଫୋରଣ ପଛର କାରଣ କ’ଣ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ବାଲେଶ୍ୱରରୁ ଆଇଓସିଏଲ୍ର ଏକ ଟେକ୍ନିକାଲ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛି । ଖୁବ୍ ଶୀଘ୍ର ଏହି ଟିମ୍ ତଦନ୍ତ କରି ବିସ୍ଫୋରଣର କାରଣ ଖୋଜି ବାହାର କରିବ ।
ତେବେ ଏଲ୍ପିଜି ଟ୍ୟାଙ୍କରେ ଲିକ୍ ହୋଇ ଏହି ବିସ୍ଫୋରଣ ଘଟିଥିବା ଆଶଙ୍କା କରିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ବିସ୍ଫୋରଣ ସ୍ଥଳରେ ଭୁବନେଶ୍ୱରର ସିପି, ଡିସିପି, ଆଇପିଏସ୍ ସତ୍ୟଜିତ ମହାନ୍ତି ସ୍ଥାନୀୟ ଥାନାଧିକାରୀ ଉପସ୍ଥିତ ଅଛନ୍ତି ।
ସୂଚନାଅନୁଯାୟୀ, ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଗଭର୍ଣ୍ଣର ହାଉସ୍ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଘଟିଥିଲା ବିସ୍ଫୋରଣ । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଜଣେ ଗୁରୁତରଙ୍କ ହାତ ଛିଣ୍ଡି ତଳେ ପଡ଼ିଥିବା ଦେଖାଯାଇଛି । ଦୁଇ ଜଣ ଗୁରୁତରଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ମାତ୍ରା ଏତେ ଥିଲା ଯେ, ଆଖ ପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ପ୍ରଥମେ ଗ୍ୟାସ୍ ଟ୍ୟାଙ୍କର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା ପରେ ଏହା ବଡ଼ ବିସ୍ଫୋରଣର ରୂପ ନେଇଥିଲା । ପେଟ୍ରୋଲ ପମ୍ପ ଆଖପାଖ ଅଞ୍ଚଳରେ ଥିବା ଘର ଓ ଗାଡ଼ି ଗୁଡ଼ିକର କାଚ ଭାଙ୍ଗିଯାଇଛି ।
https://www.facebook.com/NandighoshaTV/videos/780129816142251/
ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଗୋପବନ୍ଧୁ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ଏହାସହ ଏଜି ଛକ ଓ ପାଓ୍ୱାର ହାଉସ୍ ଛକରେ ଯାତାୟତକୁ ବନ୍ଦ କରି ଦିଆଯାଇଛି ଲୋକଙ୍କୁ ଅଯଥା ଗହଳି ନକରିବା ପାଇଁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସମସ୍ତ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣାକ କରିଛନ୍ତି ।
CM @Naveen_Odisha has announced free medical treatment of people injured in the fire accident at Petrol Pump near Raj Bhawan, Bhubaneswar and wished their speedy recovery. The fire has been extinguished and situation is under control now.
— CMO Odisha (@CMO_Odisha) October 7, 2020