spot_img

Latest Posts

କରୋନା ଟିକା ନେଲେ ରାଜ୍ୟପାଳ ଗଣେଶୀ ଲାଲ୍

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର ଦିନ କରୋନା ଟିକା ନେଇଛନ୍ତି। ସେ ରାଜଭବନ ସ୍ଥିତ ହସ୍ପିଟାଲରେ ପ୍ରଥମ ଡୋଜ ନେଇଛନ୍ତି । ଏଥିସହ ଏହି ପର୍ଯ୍ୟାୟରେ ଯୋଗ୍ୟ ବ୍ୟକ୍ତି ମାନେ ଟିକା ନେବାକୁ ଆଗେଇ ଆସିବାକୁ ସେ ଅପିଲ କରିଛନ୍ତି।

କରୋନା ମୁକ୍ତ ଓଡ଼ିଶା ପାଇଁ ଟିକା ନେବା ଆବଶ୍ୟକ ବୋଲି ସେ ଟୁଇଟ କରି କହିଛନ୍ତି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକାର ପ୍ରଥମ ଡୋଜ ନେଇଥିଲେ ।

 

ଗତ ମାର୍ଚ୍ଚ ୧ରେ ବିଧାନସଭା ଡିସ୍‌ପେନ୍‌ସାରିରେ କୋଭାକ୍ସିନ ଟିକା ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମିତିକି ସେ ସମସ୍ତଙ୍କୁ ଟିକା ନେବାକୁ ଆହ୍ୱାନ କରିଥିଲେ । ସେହିପରି ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ମନ୍ତ୍ରୀ ଟିକା ନେଇସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବୟସ୍କ ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ଦୂରାରୋଗ୍ୟରେ ପୀଡ଼ିତଙ୍କୁ ଟିକା ଦିଆଯାଉଛି। ଏହାବ୍ୟତୀତ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖି କହିଥିଲେ ଯେ ଆଗକୁ ରାଜ୍ୟରେ କରୋନା ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ିବ। ବିଏସକେୱାଇ ଓ ସିଜିଏପଏସ୍ ଅନ୍ତର୍ଭୁକ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଟିକାକରଣ ହେବ।

Latest Posts

Don't Miss