ଗୁରୁବ୍ରହ୍ମା କାର୍ଯ୍ୟକ୍ରମରେ ଗଣେଶୀ ଲାଲ, ନନ୍ଦିଘୋଷ ଟିଭି ଓ ସକାଳ କରୁଛି ସମ୍ମାନିତ

ଭୁବନେଶ୍ବର: ଆଜି ପବିତ୍ର ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନିତ କରୁଛି ନନ୍ଦିଘୋଷ ଟିଭି ଓ ସକାଳ । ଅପରାହ୍ମ ୪ଟାରେ ଆରମ୍ଭ ହୋଇଛି ନିଆରା କାର୍ଯ୍ୟକ୍ରମ ଗୁରୁବ୍ରହ୍ମା । ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ସ୍କୁଲ ଏବଂ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସକାଳର ସଂପାଦକ ଡଃ. ଉମାକାନ୍ତ ମିଶ୍ର ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟିର ଅଧ୍ୟକ୍ଷ ପ୍ରଫେସର ସଞ୍ଜୀବ ରାଉତ ଯୋଗ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୧୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । କାର୍ଯ୍ୟକ୍ରମ ପାଇଁ ୯୦ରୁ ଊର୍ଦ୍ଧ୍ବ ଶିକ୍ଷକ ଆବେଦନ କରିଥିବାବେଳେ ୧୬ ଜଣଙ୍କୁ ଚୟନ କରାଯାଇଛି ।