ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା, ବାତ୍ୟା ପରିଚାଳନାରେ ନବୀନଙ୍କ ଦକ୍ଷତାକୁ ସାବାସୀ
1 min readଭୁବନେଶ୍ୱର: ପ୍ରତିବର୍ଷର ବାତ୍ୟାର ସମ୍ମୁଖୀନ ହେଉଛି ଓଡ଼ିଶା । କେବେ ପୁରୀ ତ କେବେ ପାରଦୀପ । ଆଉ କେବେ ଗୋପାଳପୁର ତ କେବେ ଚାନ୍ଦିପୁର । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାରେ ସବୁବର୍ଷ ପ୍ରଭାବିତ ହେଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ପ୍ରଭାବୀ ପଦକ୍ଷେପ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚିଯାଉଛି ।
Hon’ble Governor appreciated Hon’ble CM Sri @Naveen_Odisha for an efficient & meticulous management of #CycloneYaas. He also praised the Central & State Govt orgns,IRCS Odisha Branch & NGOs for the timely response aimed at preventive measures,as well as rescue & restoration works
— Governor Odisha (@GovernorOdisha) May 27, 2021
ଉତ୍ତର ଓଡ଼ିଶାର ଭଦ୍ରକ-ବାଲେଶ୍ୱରରେ ବାତ୍ୟା ‘ୟାସ୍’ ଗତକାଲି ମାଡ଼ ହୋଇଥିଲା । ବାତ୍ୟାରେ ବଡ଼ ଧରଣର ଜୀବନ ହାନି ହୋଇନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ବାତ୍ୟାର ସୁପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ, ଅଭିଜ୍ଞତା ଓ ଯତ୍ନର ସହ ବାତ୍ୟା ପରିଚାଳନାକୁ ରାଜ୍ୟପାଳ ସର୍ବୋକୃଷ୍ଟ ବୋଲି କହିଛନ୍ତି ।
ଏଥିସହ ବାତ୍ୟା ପରିଚାଳନାରେ ନିୟୋଜିତ କେନ୍ଦ୍ର, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ଭାରତୀୟ ରେଡକ୍ରସ ସୋସାଇଟିର ଓଡ଼ିଶା ଶାଖା, ବିଭିନ୍ନ ସ୍ୱେଚ୍ଛାସେବୀଙ୍କ ସଂଗଠନର ସମୟଯୋଗୀ ପଦକ୍ଷେପ ସହ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି ।