ଜିଦରେ ଅଟଳ ବିଏମସି ଅଧିକାରୀ ଓ କର୍ମଚାରୀ, ସରକାରୀ କାର୍ଯ୍ୟ ଠପ, ପଦକ୍ଷେପ ନେଉନାହାନ୍ତି ସରକାର

ଭୁବନେଶ୍ବର: ଜିଦରେ ଅଟଳ ବିଏମସି ଅଧିକାରୀ ଓ କର୍ମଚାରୀ। ତୃତୀୟ ଦିନରେ କଲମ ଛାଡ଼ ଆନ୍ଦୋଳନ। କଳାବ୍ୟାଜ ପିନ୍ଧି ପ୍ରତିବାଦ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଆନ୍ଦୋଳନରେ ପଡୁନି ପୂର୍ଣ୍ଣଚ୍ଛେଦ। ଘୁଞ୍ଚୁନି ସରକାରୀ ଫାଇଲ। ଚାକିରି କରିବା ଦିନୁ ଏଭଳି ଆକ୍ରମଣ କେବେ ଦେଖି ନଥିବା କହିଛନ୍ତି କର୍ମଚାରୀ। ସେମାନେ କହିଛନ୍ତି ଅଫିସ ଭିତରେ ସେମାନେ ସୁରକ୍ଷିତ ମଣୁନାହାନ୍ତି। ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଗନ୍ନାଥ ପ୍ରଧାନ ଗିରଫ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ। ତେଣେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସମସ୍ତ କର୍ପୋରେଟର ଓ କଂଗ୍ରେସ ନେତା I

ବିଏମସି ଅଧିକାରୀଙ୍କୁ ଅମାନୁଷିକ ମାଡ଼ ମାରିବା ଘଟଣା ପରେ ବଦଳିଛି ବିଏମସି ଅଫିସରେ ସିକୁରିଟି ବ୍ୟବସ୍ଥା I ସାଧା ସୁରକ୍ଷା କର୍ମଚାରୀ ବଦଳରେ ଏବେ ବିଏମସି ଅଫିସ ଜଗୁଛନ୍ତି ଗନମ୍ୟାନ I ସେପଟେ ବିଏମସି ଅଫିସରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ଼  ନେତା ସୁରେଶ ରାଉତରାୟ।

ସ୍ପଷ୍ଟ ଦିବାଲୋକରେ ଖୋଦ୍ ଅଫିସ ଭିତରେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ହେଲା ମାଡ଼। ହେଲେ ସରକାର ବସିଛନ୍ତି ଚୁପ୍।