spot_img

Latest Posts

ଅଯୋଗ୍ୟଙ୍କ ରାସନକାର୍ଡ କାଟିବେ ସରକାର, ଖୁବଶୀଘ୍ର ହିତାଧିକାରୀଙ୍କ ନୂଆ ତାଲିକା

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ରାସନ କାର୍ଡ ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା ୧୦୧୭ ପରିବାର ରାସନ କାର୍ଡ ପାଇଁ ଆବେଦନ କରି ପ୍ରତୀକ୍ଷାରେ ଅଛନ୍ତି ।

ନୂତନ ହିତାକାରୀ ଚୟନ ନିମନ୍ତେ ସରକାର ୧୨ ଗୋଟି ସ୍ବତଃ ଯୋଡିହେବା ମାନଦଣ୍ଡ ଓ ୧୦ ଗୋଟି ବାଦ ଦେବା ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲା ସ୍ତରରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ଏହି ମାନଦଣ୍ଡ ଆଧାରରେ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ହିତାଧିକାରୀ ଚୟନର ସର୍ବୋଚ୍ଚ ସୀମାକୁ ଦୃଷ୍ଟିରେ ରଖି ଖାଲି ପଡିଥିବା ସ୍ଥାନମାନଙ୍କରେ ସାମିଲ କରାଯିବା ନିମନ୍ତେ ବ୍ୟବସ୍ଥା ରହିଛି ।

ଏହାଛଡା, ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ଯରେ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ନୂତନ ରାସନ କାର୍ଡ ଯୋଗାଇଦେବା ପ୍ରକ୍ରିୟା ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ କରାଯିବ ।

ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଏହି କାମ ଚାଲିଛି । ବହୁ ଜିଲ୍ଲାରେ ହଜାରେରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି । ଘର ଘର ବୁଲି ଯାଞ୍ଚ ଚାଲିଛି । ମାସେ ଭିତରେ ହିତାଧିକାରୀଙ୍କୁ ନୂଆ ତଥା ଚୂଡାନ୍ତ ତାଲିକା ଆସିବ ବୋଲି କହିଛନ୍ତି ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

Latest Posts

Don't Miss