spot_img

Latest Posts

ସରକାରୀ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ହୋଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ପଦ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ସ୍ୱତନ୍ତ୍ର ପଦ ଅଟେ, ଏହି ପଦ ପାଇଁ ନିରପେକ୍ଷତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ସମ୍ବିଧାନର ଧାରା ୧୪୨ ଅନୁସାରେ ଦେଶର ଜଣେ ସ୍ୱତନ୍ତ୍ର ବ୍ୟକ୍ତିଙ୍କୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ମିଳିବା ଦରକାର ବୋଲି କୋର୍ଟ କହିଛନ୍ତି । ଗୋଆରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଜଣେ ସଚିବଙ୍କୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଦେଇଥିଲେ ସରକାର। ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିବାରୁ ଆଜି ତିନି ଜଣିଆ ଖଣ୍ଡପୀଠ ଗୋଆ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି।  ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ।

 

ଏହି ମାମଲାରେ ଜଷ୍ଟିସ୍ ଆରଏଫ୍ ନରିମନ କହିଛନ୍ତି ଯେ ଗଣତନ୍ତ୍ରରେ ନିର୍ବାଚନ ଆୟୋଗର ସ୍ୱାଧିନତାରେ ସାଲିସ୍ କରାଯାଇପାରିବ ନାହିଁ । କ୍ଷମତାରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବା ସମ୍ବିଧାନର ପରିହାସ ସଦୃଶ୍ୟ। ଏହା ଏକ ଚିନ୍ତାର ବିଷୟ ଯେ  ଜଣେ ସରକାରୀ କର୍ମଚାରୀ ଗୋଆ ନିର୍ବାଚନ ଆୟୋଗର ଦାୟିତ୍ୱରେ ଅଛନ୍ତି। ଏମିତିକି ସମ୍ପୃକ୍ତ ସରକାରୀ ଅଧିକାରୀ ଜଣକ ପଞ୍ଚାୟତ ନିର୍ବାଚନ କରାଇବା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଓଲଟାଇବାକୁ ଚେଷ୍ଟା କରିଥିଲେ।

ତେବେ ସରକାରଙ୍କ କୌଣସି ପଦ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ଭାବେ ନିଯୁକ୍ତି ହୋଇପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଅପରପକ୍ଷେ ପଞ୍ଚାୟତ ନିର୍ବାଚନ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକାେର୍ଟ ଗାେଆ ସରକାରଙ୍କ ହାଇକୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଉଥିବା ଯାଚିକା ଉପରେ ଶୁଣାଣି କରିଥିଲେ । ଏହା ପୂର୍ବରୁ ହାଇକୋର୍ଟଙ୍କ ପକ୍ଷରୁ ୫ ନଗର ନିଗମ ମାରଗାଁଓ, ମାପୁସା, ମୋରମୁଗାଁଓ, ସେଙ୍ଗମ,କ୍ୱେପମର ନିର୍ବାଚନ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Latest Posts

Don't Miss