‘ଓ୍ୱର୍କ ଫ୍ରମ ହୋମ’କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଜାରି ହେଲା ନୂଆ ନିୟମ

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ ବୁଧବାରକୁ ବିଜନେସ ପ୍ରୋସେସ ଆଉଟସୋର୍ସିଂ ବା ବି.ପି.ଓ, ଇନଫର୍ମେସନ ଟେକ୍ନୋଲୋଜି ଏନାବଲ୍ଡ ସର୍ଭିସ ବା ଆଇ.ଟି.ଇ.ଏସ ଭଳି କମ୍ପାନୀ ଗୁଡ଼ିକ ପାଇଁ ‘ଓ୍ୱର୍କ ଫ୍ରମ ହୋମ’ ଗାଇଡଲାଇନକୁ ସରଳ ଓ ସହଜ କରିବା ପାଇଁ ଘୋଷଣା କରିଛନ୍ତି । ଏହାଦ୍ୱାରା କରୋନା ସମୟରେ କାର୍ଯ୍ୟ ଅତି ସହଜ ହୋଇପାରିବ । ତେବେ କରୋନା ପାଇଁ ଦୀର୍ଘ ଦିନ ହେବ ‘ଓ୍ୱର୍କ ଫ୍ରମ ହୋମ’ ପାଇଁ ଦାବି କରାଯାଉଥିବା ବେଳେ ଏବେ ଏହି ନିଷ୍ପତ୍ତିରେ ନେଇଛନ୍ତି ସରକାର ।

OASP କମ୍ପାନୀ: ଦୂରସଂଚାର ସେବା ମାଧ୍ୟମରେ ଆପ୍ଲିକେସନ ଏବଂ ଆଇଟି କ୍ଷେତ୍ରରେ ଜଡ଼ିତ ସେବା ବା କୗଣସି ପ୍ରକାରର ଆଉଟସୋର୍ସିଂ ସେବା ପ୍ରଦାନ କରୁଥିବା କମ୍ପାନୀ ଗୁଡ଼ିକ ଓଏସପି କମ୍ପାନୀ ଭାବରେ ଜଣାଶୁଣା । ଏହି କମ୍ପାନୀ ଗୁଡ଼ିକ ଆଇଟି,କଲ ସେଣ୍ଟର,ବିପିଓ ଏବଂ ନଲେଜ ପ୍ରୋସେସ ଆଉଟସୋର୍ସିଂ କମ୍ପାନୀ ଭାବରେ ମଧ୍ୟ ପରିଚିତ । ଦୂରସଂଚାର ବିଭାଗର ନିର୍ଦ୍ଦେଶାନୁସାରେ ଘରେ ଥାଇ କାମ କରିବାକୁ ଅଧିକ ପ୍ରୋତ୍ସାହନ ମିଳିବ । ତେବେ ଏହାକୁ ନେଇ କିଛି ସର୍ତ୍ତାବଳୀ ସହିତ ଅନୁମତି ପ୍ରଦାନ କରାଯାଇଛି ।

ନୂଆ ନିୟମ ମାଧ୍ୟମରେ ଘରେ ଥାଇ କାମ କରିବାକୁ ପ୍ରୋତ୍ସାହନ ଦିଆଯାଇଛି । ଏହାର ଉଦ୍ଦେଶ୍ୟ ଉଦ୍ୟୋଗକୁ ମଜବୁତ କରିବା ବୋଲି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ କୋଭିଡ ୧୯ ପାଇଁ କେତେକ ବିପିଓ ଏବଂ ଆଇଟି କମ୍ପାନୀର କର୍ମଚାରୀମାନେ ଘରେ ଥାଇ ଅଫିସ କାମ କରୁଛନ୍ତି । ଏବେ ନୂଆ ନିୟମ ଅନୁସାରେ ଓଏସପି ପାଇଁ ପଞ୍ଜୀକରଣ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ିଛି । ଏହା ସହିତ ବିପିଓ କମ୍ପାନୀ ଗୁଡ଼ିକୁ ମଧ୍ୟ ଏଥିରୁ ଆଶ୍ୱସ୍ତି ମିଳିଛି ।

Leave a Reply