spot_img

Latest Posts

ଓଡ଼ିଶାର ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କଲେ ସରକାର

ଭୁବନେଶ୍ୱର: ଏଣିକି ଦୋକାନୀ ବିକିବେ କେବଳ ହଲମାର୍କ ସୁନା। ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ହଲମାର୍କ ସୁନା ବିକ୍ରିକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି।

ଏହି ନିୟମ ଯୋଗୁ ଗ୍ରାହକ ୨୪ କ୍ୟାରେଟ୍‌ର ସୁନା ପାଇବା ସହିତ ବିକ୍ରି କରିବା ସମୟରେ କେବଳ ମେକିଂ ଚାର୍ଯ କାଟି ପାରିବ। ଦୋକାନୀମାନେ ମଧ୍ୟ ବ୍ୟବସାୟରେ ଗ୍ରାହକଙ୍କ ନିକଟରେ ବିଶ୍ୱାସ ଭାଜନ ହୋଇପାରିବେ। ରାଜ୍ୟର ୮ଟି ଜିଲ୍ଲାରେ ଏହି ନିୟମ ବାଧ୍ୟତାମୂଳକ କରାଯାଇଥିବା ବେଳେ ଗ୍ରାହକ ଓ ସୁନା ବ୍ୟବସାୟୀ ଏହାକୁ ସ୍ୱାଗତ କରିଛନ୍ତି।

Latest Posts

Don't Miss