ସୂର୍ଯ୍ୟ ପରାଗ ପାଇଁ ଆଜି ସରକାରୀ ଛୁଟି

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହା ସହିତ ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ,  ବ୍ୟାଙ୍କିଂ ପ୍ରତିଷ୍ଠାନ ଓ ଅନ୍ୟ କାର୍ଯ୍ୟାଳୟ ବି ବନ୍ଦ ରହିଛି।

ସୂର୍ଯ୍ୟୋପରାଗ ପାଇଁ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଭୋର ୪ଟା ୫୬ମିନିଟ ୫୨ସେକେଣ୍ଡରୁ ପରାଗ ଆରମ୍ଭ ହୋଇଛି । କାଲି ପ୍ରାତଃ ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ। ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ଆଜି ଭୋର ୫ଟା ୪୩ ମିନିଟ ପରଠାରୁ ପାକ ନିଷେଧ କରାଯାଇଛି । ଅନ୍ନ ଭୋଜନ, ଦେବନୀତି ବାରଣ କରାଯାଇଛି ।