ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ସୃଷ୍ଟି କରୁଛନ୍ତି କର୍ମନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ପ୍ରବାସୀଙ୍କୁ ଦିଆଯିବ ଦକ୍ଷତା ବିକାଶ ପ୍ରଶିକ୍ଷଣ । ସେମାନଙ୍କ ପାଇଁ ରାଜ୍ୟ ସରକାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । କରୋନା ପାଇଁ ଲକଡାଉନ୍ ଆଉ ଲକଡାଉନ ପାଇଁ ସବୁ ପ୍ରକାର କାର୍ଯ୍ୟ ବନ୍ଦ ଏବଂ ଏଥିପାଇଁ ପେଟପୋଷିବାର ବାଟ ବି ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଘରମୁହାଁ ହୋଇଛନ୍ତି ପ୍ରବାସୀ । ଆଉ ସେମାନଙ୍କର ଏକମାତ୍ର ସାହାରା ହୋଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ  ନିଜ ଘରକୁ ଫେରାଇ ଆଣିଛନ୍ତି ସରକାର । ଏବେ ସେମାନେ ନିଜ ରାଜ୍ୟରେ ଅଛନ୍ତି ତ ସତ କିନ୍ତୁ ଏଭଳି ସ୍ଥିତିରେ ସେମାନଙ୍କ କାମ ବନ୍ଦ ହୋଇଯାଇଥିବାକୁ ସେମାନଙ୍କୁ ସହଯୋଗର ହାତ ବଢାଇବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର ।

ବାହାର ରାଜ୍ୟରୁ ଫେରିଥିବା ଓଡ଼ିଆ ଶ୍ରମିକମାନେ ଆଉ ଯେପରି ସେଠାକୁ ନଯିବେ, ସେନେଇ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ଫେରିଥିବା ଶ୍ରମିକମାନଙ୍କ ଦକ୍ଷତା ବିକାଶ ପାଇଁ ଆଇଟିଆଇ, ପଲିଟେକନିକ୍‌ ଓ ଅନ୍ୟ ଅନୁଷ୍ଠାନରେ ଟ୍ରେନିଂ ଦିଆଯିବ । ଏହାଦ୍ଵାରା ସେମାନେ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ।

Leave a Reply