spot_img

Latest Posts

ପେଗାସସ୍ ମାମଲାରେ ସହଯୋଗ କରୁନି କେନ୍ଦ୍ର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପେଗାସସ୍ ମାମଲାର ଶୁଣାଣି ଶେଷ। ସ୍ପାଏଓ୍ବେର ଜାସୁସୀ ମାମଲାରେ ଟେକ୍ନିକାଲ କମିଟି ପକ୍ଷରୁ ଦାଏର କରାଯାଇଥିବା ରିପୋର୍ଟ ଆଧାରରେ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଜାସୁସୀ ମାମଲାର ଯାଞ୍ଚ ପାଇଁ କମିଟିକୁ ୨୯ଟି ଫୋନ୍ ଦିଆଯାଇଥିବା ବେଳେ ୫ଟି ଫୋନରୁ ସ୍ପାଏଓ୍ବେର ମିଳିଥିବା ଜଣାପଡ଼ିଛି । ତାହା ବି ପେଗାସସ କି ନୁହେଁ ସ୍ପଷ୍ଟ ହୋଇନି ।  ତେବେ ତଦନ୍ତ ବେଳେ କେନ୍ଦ୍ର ସରକାର କମିଟିକୁ ସହଯୋଗ କରି ନଥିବା ରିପୋର୍ଟରେ ଦର୍ଶାଯାଇଛି।

ଭାରତରେ ଇସ୍ରାଏଲ ନିର୍ମିତ ଏହି ସ୍ପାଏଓ୍ବେର ବ୍ୟବହାର କରାଯାଇ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଜାସୁସୀ କରାଯାଇଥିବା ଅଭିଯୋଗର ଯାଞ୍ଚ ପାଇଁ ଦାଏର ପିଟିସନର ଶୁଣାଣି କରିଛନ୍ତି କୋର୍ଟ । ସର୍ବୋଚ୍ଚକୋର୍ଟର ପୂର୍ବତନ ନ୍ୟାୟାଧୀଶ ଜଷ୍ଟିସ ଆର୍ ବି ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଆଧାରରେ କୋର୍ଟ ଏହାର ଶୁଣାଣି କରିଛନ୍ତି । ଏନଏସଓ ଗ୍ରୁପର ସ୍ପାଏଓ୍ବେର ପେଗାସସ ଜରିଆରେ ବେଆଇନ କାର୍ଯ୍ୟ କରାଯାଇଥିବା, ବିରୋଧୀ ଅଭିଯୋଗ ଆଣିଥିବା ବେଳେ ଏକାଧିକ ପିଟିସନ ଦାୟର ହୋଇଥିଲା । ତେବେ ଏହା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ ଦର୍ଶାଇ ଘଟଣାର ସବିଶେଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ କମିଟି ଗଠନ କରିଥିଲେ।

Latest Posts

Don't Miss