ତଳିତଳାନ୍ତ ହେବା ପରେ ମଧ୍ୟ ଚୀନ୍‌ ପଛରେ ପାଗଳ ଶ୍ରୀଲଙ୍କା, ଆଶା କରୁଛି ଆହୁରି ମିଳିବ ସାହାଯ୍ୟ

1 min read

ଶ୍ରୀଲଙ୍କା:  ଚଳିତ ଦିନରେ ଗମ୍ଭୀର ଆର୍ଥିକ ସଙ୍କଟ ସହିତ ଲଢ଼ୁଛି ପଡ଼ୋଶୀ ଦେଶ ଶ୍ରୀଲଙ୍କା । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକାରୀ ତମ୍ବୁ ଟାଣି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ବିକ୍ଷୋଭକାରୀ  ଏହି ଘନ ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି  ଗୋଟବାୟା ରାଜପକ୍ଷେ ସରକାରକୁ ଦାୟୀ କରୁଛନ୍ତି । ରାଷ୍ଟ୍ରପତି ଗୋଟବାୟା ନିଜ ପଦକୁ ନେଇ ଅଡ଼ି ବସିଛନ୍ତି ।  ତାଙ୍କ କହିବା ହେଉଛି ସରକାରୀ ବିକ୍ଷୋଭକାରୀଙ୍କ ସର୍ତ୍ତକୁ ମାନି ନେଇଛନ୍ତି ।  କିନ୍ତୁ ନିଜେ ରାଷ୍ଟ୍ରପତି ଏବେ ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖିଛନ୍ତି । କୌଣସି ମଧ୍ୟ ସାକ୍ଷାତକାରର ସାମ୍ନା କରୁନାହାଁନ୍ତି ରାଷ୍ଟ୍ରପତି  ଗୋଟବାୟା ।

 ଶ୍ରୀଲଙ୍କାର କହିବା ହେଉଛି ଭାରତ ଆମ ପାଇଁ ସବୁଠାରୁ ବଡ଼ ଭୂମିକା ତୁଲାଇପାରେ । ଦୀର୍ଘ ସମୟ ଧରି ଭାରତ ଶ୍ରୀଲଙ୍କା ପାଇଁ ଏକ ମୁଖ୍ୟ ଚରିତ୍ର ଭାବରେ ଛିଡ଼ା ହୋଇଛି । ଶ୍ରୀଲଙ୍କାରେ ୩୦ ବର୍ଷ ଧରି ଚାଲିଥିବା ହିଂସାତ୍ମକ ଯୁଦ୍ଧକୁ ଶେଷ କରିବାରେ ମଧ୍ୟ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ଏହାକୁ ବାଦ୍‌ ଦେଲେ ଶ୍ରୀଲଙ୍କାର ବିକାଶ ବିଶେଷ କରି ଉତ୍ତର ଭାଗରେ ହୋଇଥିବା ବିକାଶରେ ଭାରତର ମୁଖ୍ୟ ଭୂମିକା ରହିଛି । ଇନଫ୍ରାଷ୍ଟ୍ରକଚର ନୁହେଁ ବରଂ ଭାରତ ଏଠାରେ ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ କାମ କରିଛି ।  ଆଜି ଆମେ ଆର୍ଥିକ ସ୍ଥିତି ସହିତ ଲଢ଼ୁଛୁ । ଭାରତ ପ୍ରଥମେ ସହଯୋଗର ହାତ ବଢ଼ାଇଲା । ଦୁଇ ଆରବ ଡଲାରର କ୍ରେଡିଟ୍‌ ଲାଇନ୍‌ ମଧ୍ୟ ଦେଲା । ସମସ୍ତଙ୍କ ସାମ୍ନାରେ ଏବଂ ପରଦା ପଛରେ ରହି ମଧ୍ୟ ଆମ ସାହାଯ୍ୟ କରିଛି ।  କିନ୍ତୁ ଭାରତ ଏକା ଆମ ସହାୟତା କରିପାରିବ ନାହିଁ । IMF ଏବଂ World Bank ମଧ୍ୟ ଆମକୁ ସାହାଯ୍ୟ କରିବା ଉଚିତ୍‌ । ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ୍‌, ଆମେରିକା ଏବଂ  ଚୀନ୍‌ ମଧ୍ୟ ଆମକୁ ସହାୟତା କରିବା ଉଚିତ୍‌ ।  ଆମେ ଆର୍ଥିକ ସଙ୍କଟ ଚକ୍ରବ୍ୟୁହରେ ଫସିଛୁ । ଏହା ହିଁ ସତ । ସେ ଚୀନ୍‌ ମଧ୍ୟ ହେଉ । ଆମକୁ କିନ୍ତୁ ସାହାଯ୍ୟ ଦରକାର । ଚୀନ୍‌ ସହିତ ସମ୍ପର୍କ ୭୦ ବର୍ଷର । ଆମେ ପରସ୍ପର ସହିତ ରହିଛୁ । ଚୀନ୍‌ ଶ୍ରୀଲଙ୍କାକୁ ଖୁବ୍‌ ସାହାଯ୍ୟ କରିଛି । ଆମେ ଚୀନକୁ ଏକ ସକରାତ୍ମକ ସହଯୋଗୀ ଭାବରେ ଦେଖୁଛୁ ।