ରାଜ୍ୟରେ ବଢ଼ିଲା ସରକାରୀ ବସ୍ ଭଡ଼ା
ଭୁବନେଶ୍ବର: ତେଲ ଦର ହୁ ହୁ ହୋଇ ବଢି ଚାଲିଛି । ଯାହାର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି । ବସ୍ ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ସରକାରୀ ବସ୍ ଭଡ଼ା ବଡାଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ଏହି ନୂଆ ଭଡ଼ା ଲାଗୁ କରାଯିବ ।
ଅର୍ଡିନାରୀ ବସ୍ ଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ ବସ୍ କିଲୋମିଟର ପିଛା ୨ ପଇସା ବଢାଯାଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି । ସୁପର ପ୍ରିମିୟମ ବସ ଭଡ଼ା କିଲୋମିଟର ପିଛା ୬ ପଇସା ବୃଦ୍ଧି ପାଇଛି ।