ୟୁଟ୍ୟୁବ ଉପରେ କଟକଣା, ଧୃବ ରାଠିଙ୍କ ଭିଡିଓ ନିଷିଦ୍ଧ

ନୂଆଦିଲ୍ଲୀ: ପୁଣି ୟୁଟ୍ୟୁବ ଉପରେ କଟକଣା । ୧୦ଟି ଚ୍ୟାନେଲର ୪୫ଟି ଭିଡିଓକୁ ବ୍ଲକ କରିବାକୁ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବଡ଼ କଥା ହେଉଛି ପ୍ରସିଦ୍ଧ ୟୁଟ୍ୟୁବର ଧ୍ରୁବ ରାଠିଙ୍କ ଏକ ଭିଡିଓକୁ ବି ନିଷିଦ୍ଧ କରାଯାଇଛି ।

ଏହି ସମସ୍ତ ଭିଡିଓ ଗୁଡିକର ମୋଟ ଦର୍ଶକଙ୍କ ସଂଖ୍ୟା ଥିଲା ୧ କୋଟି ୩୦ ଲକ୍ଷ । ବିଭିନ୍ନ ଗୁଇନ୍ଦା ସଂସ୍ଥାର ତଥ୍ୟକୁ ଆଧାର କରି ଗତ ୨୩ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଭୁଲ ସୂଚନା, ଦେଶ ବିରୋଧରେ ଜନମତ ସୃଷ୍ଟି କରିବା, ଧାର୍ମିକ ଭାବେ ବିଭେଦର ମଞ୍ଜିବୁଣିବା ଆଦି କାରଣକୁ ଆଧାର କରି ଭିଡିଓଗୁଡିକୁ ବ୍ଲକ କରାଯାଇଛି । ସୂଚନା ପ୍ରଯୁକ୍ତି ଗାଇଡଲାଇନ ଓ ଡିଜିଟାଲ ମିଡିଆ ନୈତିକତା ସଂହିତା ନିୟମାବଳୀ ୨୦୨୧ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି ।