ଲେଫ୍ଟନେଣ୍ଟ ଜେନେରାଲ ଅନିଲ ଚୌହାନ ହେଲେ ନୂଆ ସିଡିଏସ୍

1 min read

ନୂଆଦିଲ୍ଲୀ: ଦେଶକୁ ମିଳିଲା ନୂଆ ସିଡିଏସ୍ । ଲେଫ୍ଟନେଣ୍ଟ ଜେନେରାଲ ଅନିଲ ଚୌହାନ ହେଲେ ନୂଆ CDS। ବିପିନ ରାୱତଙ୍କ ପରେ ସେ ଦ୍ୱିତୀୟ ସିଡିଏସ୍ ହେବେ। ୪୦ ବର୍ଷ ଧରି ସେନାରେ କାର୍ଯ୍ୟ କରିଥିବା ଅନିଲ ଚୌହାନ କେବଳ ଗତ ବର୍ଷ ଅବସର ନେଇଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ ସେ ଭାରତ ସରକାରଙ୍କ ସାମରିକ ବ୍ୟାପାର ବିଭାଗର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିବେ।

୪୦ ବର୍ଷର ସେନା କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବିଶେଷ ଉପଲବ୍ଧି ରହିଛି।  ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଇଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ୍ ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଥିଲେ  । ପରମ ବିଶିଷ୍ଟ ସେବା ମେଡାଲ୍, ଉତ୍ତମ ଯୁଦ୍ଧ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍, ସେନା ମେଡାଲ୍ ଓ ବିଶିଷ୍ଟ ସେବା ମେଡାଲର ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ ପରେ ଜେନେରାଲ୍ ଅନୀଲ ଚୌହାନ ଭାବେ ପରିଚିତ ହେବେ।