spot_img

Latest Posts

ଏଥର ବି ବିନା ଦର୍ଶକରେ ଖେଳାଯାଇପାରେ IPL

ଅହମ୍ମଦାବାଦ: ପୁଣି ଫେରିବ କ୍ରିକେଟ ମହାକୂମ୍ଭ ଆଇପିଏଲ୍ । ୨୦୨୧ ଆଇପିଏଲ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କରୋନା ମହାମାରୀ ଯୋଗୁ ଆଇପିଏଲର ୨୦୨୦ ସଂସ୍କରଣ ଦୁବାଇରେ ଖେଳାଯାଇଥିଲା। ତେବେ ୨୦୨୧ରେ ଆଇପିଏଲର ୧୪ତମ ସଂସ୍କରଣ ଭାରତରେ ଖେଳାଯିବ। ହେଲେ ଏଥର ବି କୌଣସି ବି ମ୍ୟାଚ ଭେନ୍ୟୁରେ ଦର୍ଶକଙ୍କୁ ଅନୁମତି ନ ଦେବାକୁ ଗଭର୍ଣ୍ଣିଂ କାଉନସିଲ୍ ପ୍ରସ୍ତାବ ଦେଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ, ମୁମ୍ବାଇ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ନିଷେଧ ରହିଛି । ତେବେ କୋଭିଡ୍ ସେକେଣ୍ଡ ୱେଭ୍ର ଦ୍ରୁତ ଗତିରେ ବିସ୍ତାରକୁ ଦୃଷ୍ଟିରେ ରଖି ବିସିସିଆଇ ଦେଶର କୌଣସି ବି ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼କୁ ଅନୁମତି ନଦେବାକୁ ଯୋଜନା କରୁଛି ।

କେବଳ ଗଭର୍ଣ୍ଣିଂ କାନସିଲ(ଜିସି)ର ମୋହରକୁ ଅପେକ୍ଷା କରାଯାଇଛି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ରବିବାର ଜିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ସମୟରେ ଆଇପିଏଲ ଭାରତର କେଉଁ ସବୁ ସ୍ଥାନରେ ହେବ, ତା’ ଉପରେ ଆଲୋଚନା କରାଯିବା ସହ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼କୁ ଅନୁମତି ଦିଆଯିବ କି ନାହିଁ ସେ ନେଇ ମଧ୍ୟ ନିଷ୍ପତ୍ତି ହେବ।

ତେବେ ଲୋକମାନେ ପ୍ରଶ୍ନ କରିଛନ୍ତି ଯେ ଯଦି ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନାହିଁ, ତେବେ ବାରମ୍ବାର ଭେନ୍ୟୁ ବଦଳାଇ ଖେଳାଳିମାନେ କାହିଁକି ବିପଦପୂର୍ଣ୍ଣ ଯାତ୍ରା କରିବେ।

Latest Posts

Don't Miss