ଆପଣଙ୍କୁ କମ୍‌ ଦାମ୍‌ରେ ଜମି ଦରକାର କି ? ଆର୍‌ଆଇ ଦେଉଛନ୍ତି କମ୍‌ ଦାମ୍‌ରେ ସରକାରୀ ଜମି…

ବାସୁଦେବପୁର: କମ୍‌ ଦାମ୍‌ରେ ମିଳୁଛି ସରକାରୀ ଜମି । ଆଉ ଲୋକ ମଧ୍ୟ ଏହି ଜମିକୁ କିଣି ନେଉଛନ୍ତି । ସରକାରୀ ଜମିକୁ ଯୋଜନାବଦ୍ଧ ହରିଲୁଟ୍ ହେଉଛି । ମାଫିଆଙ୍କ କବ୍‌ଜାରେ ଶହଶହ ଏକର ଜମି । ଖୋଦ ଆର୍‌ଆଇ ଜମି ବିକ୍ରିର ବାହକ ସାଜିଥିବା ଅଭିଯୋଗ ହୋଇଛି । ପଚାଶ  ହଜାରୁ ଏକ ଲକ୍ଷ ଟଙ୍କା ନେଇ ମାଫିଆଙ୍କୁ ଟେକି ଦେଇଛନ୍ତି ସରକାରୀ ଜମି । ମାଲେମାଲ ହେଉଛନ୍ତି ଆରଆଇଙ୍କ ସମେତ ଏଥିରେ ଜଡ଼ିତ ଥିବା ଦଲାଲ ।

ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣୀଡିହି ଆରଆଇ ସର୍କଲ ବାଲିମୁଣ୍ଡା ପଞ୍ଚାୟତରୁ । ୫ଟି ମୌଜାର ଶହ ଶହ ଏକର ସରକାରୀ ଜମିକୁ ହାତେଇ ନେଇଛନ୍ତି କିଛି ପ୍ରଭାବଶାଳୀ ଲୋକ । ଆଉ ପଟ୍ଟା କରାଇ ଦେବାକୁ କହି ଆର୍‌ଆଇ ଏହି ଦୁର୍ନୀତିର ବାହାକ ସାଜିଥିବା ଅଭିଯୋଗ ହୋଇଛି ।

ଏଭଳି ବେଆଇନ ଜମି କାରବାର ପେଡି ଫିଟାଇଛି ସୂଚନା ଅଧିକାର ଆଇନ । କେବଳ ନାୟକାଣୀଡିହି ଆରଆଇ ସର୍କଲ ନୁହେଁ । ଚୂଡାମଣି, ପଢୁଆଁ, କୃଷ୍ଣପୁର ଆଇଆଇ ସର୍କଲରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ପକେଟ ଗରମ କରିବା ପାଇଁ ରାଜସ୍ୱ ନିରୀକ୍ଷକ ସରକାରୀ ଜମିକୁ ମାଫିଆଙ୍କ ହାତକୁ ଟେକି ଦେଉଥିବା ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ।

ସେପଟେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ ହୋଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠନ ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏହି ଦୁର୍ନିତୀର ସଠିକ୍ ତଦନ୍ତ ହେଲେ ଅନ୍ୟକେଉଁ ମାନେ ଏଥିରେ ସାମିଲ ଆଛନ୍ତି ତାହା ସାମ୍ନାକୁ ଆସିବ ।

Leave a Reply