ଚତୁର୍ଥ ଟେଷ୍ଟ ଡ୍ର ହେବା ପରେ ବଡ଼ କଥା କହିଦେଲେ ଗୌତମ ଗମ୍ଭୀର

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଡ୍ର ହୋଇଛି । ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚରେ ଏମିତି ଲାଗୁଥିଲା କି, ଭାରତ ନିଶ୍ଚିତ ଭାବେ ପରାଜୟ ବରଣ କରିବ । ଦ୍ବିତୀୟ ପାଳିରେ ଭାରତର ଖାତା ଖୋଲିବା ପୂର୍ବରୁ ୨ଟି ଓ୍ବିକେଟର ପତନ ସମସ୍ତଙ୍କୁ ଚିନ୍ତା ପକାଇ ଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ରାହୁଲ, ଗିଲ୍, ଜାଡେଜା ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଦୃଢ଼ ବ୍ୟାଟିଂ ବଳରେ ଦଳ ମ୍ୟାଚ ପରାଜୟକୁ ଟଳାଇ ପାରିଛି । ତେବେ ଇଠଲଣ୍ଡରେ ଟିମ ଇଣ୍ଡିଆକୁ ଭବ୍ୟ ସ୍ବାଗତ କରାଯାଇଥିବାବେଳେ ଗୌତମ ଗମ୍ଭୀର ଏହାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

ଗୌତମ ଗମ୍ଭୀର କହିଛନ୍ତି ଯେ ଇଂଲଣ୍ଡ ଗସ୍ତ କରିବା ସର୍ବଦା କଷ୍ଟକର। ଏହାର କାରଣ ହେଉଛି ଏହି ଦୁଇ ଦେଶର ଇତିହାସ ଏପରି ଯେ ଏହାକୁ କେବେ ଭୁଲାଯାଇପାରିବ ନାହିଁ। ଆମେ ଯେତେବେଳେ ଏଠାକୁ ଗସ୍ତ କରୁ, ଆମକୁ ଭଲ ସମର୍ଥନ ମିଳିଥାଏ। ଉଭୟ ଦଳ ଏପର୍ଯ୍ୟନ୍ତ ପରସ୍ପରକୁ କଠିନ ଚ୍ୟାଲେଞ୍ଜ ଦେଇଛନ୍ତି ଏବଂ ଏବେ ଆଉ ଗୋଟିଏ ସପ୍ତାହ ବାକି ଅଛି। ଆମେ କେବଳ ଶେଷ ଟେଷ୍ଟ ମ୍ୟାଚ୍ ଜିତି ଫ୍ୟାନ୍ସଙ୍କୁ ଖୁସି କରିବାକୁ ଚାହୁଁଛୁ। ଆମକୁ ସମର୍ଥନ କରିଥିବା ସମସ୍ତ ପ୍ରଶଂସକଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଇବାକୁ ଚାହେଁ।