ପୁରସ୍କାର ରାଶି ଫେରାଇବେ କି ଗମ୍ଭୀର ? ଜାଣନ୍ତୁ କାହିଁକି ଉଠିଲା ଏମିତି ପ୍ରଶ୍ନ
1 min read
ନନ୍ଦିଘୋଷ ବ୍ୟୁରୋ: ନିକଟରେ ଟିମ୍ ଇଣ୍ଡିଆ ଆଇସିସି ଦ୍ବାରା ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ଜିତିଛି । ତେବେ ଭାରତ ଟାଇଟଲ ହାସଲ ପରେ ବିସିସିଆଇ ପକ୍ଷରୁ ହାତଖୋଲା ପୁରସ୍କାର ରାଶି ଘୋଷଣା କରାଯାଇଛି । ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀରଙ୍କ ଭାଗରେ ୩ କୋଟି ପଡ଼ିଛି । ତେବେ ସେ ଏହାକୁ ନେବେ କି ନାହିଁ ଏମିତି ଏକ ପ୍ରଶ୍ନ ଏବେ ଉଠିଛି । କାରଣ ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ରାହୁଲ ଦ୍ରାବିଡଙ୍କ ପରି ମହାନତା ଦେଖାଇବେ କି ଗମ୍ଭୀର?
ତେବେ କହି ରଖୁଛୁ କି, ଟି-୨୦ ବିଶ୍ବକପ ଜିତିବା ପରେ ଭାରତୀୟ ଦଳକୁ ମିଳିଥିବା ପୁରସ୍କାର ରାଶିରେ ଦ୍ରାବିଡଙ୍କ ଭାଗ ଅଧିକ ରହିଥିଲା । ୨.୫ କୋଟି ଟଙ୍କା ଦ୍ରାବିଡଙ୍କୁ ମିଳୁଥିଲା । ମାତ୍ର ସପୋର୍ଟ ଷ୍ଟାଫ ଯେତିକି ନେବେ ସେ ମଧ୍ୟ ସମାନ ଟଙ୍କା ନେବେ ବୋଲି କହି ନିଜର ମହାନତା ଦେଖାଇଥିଲେ । ଏଣୁ ଏବେ ସୁଲିଲ ଗାଭାସ୍କର କହିଛନ୍ତି କି, ଗମ୍ଭୀର କଣ ସମାନ ପନ୍ଥା ଆପଣାଇବେ କି ? ତେବେ ଗମ୍ଭୀର ପରିବାର ସହ ଏବେ ଫ୍ରାନ୍ସରେ ଛୁଟି କାଟୁଛନ୍ତି । କିନ୍ତୁ ଏନେଇ ସେ କୌଣସି ପ୍ରତିକ୍ରିୟା ରଖି ନଥିବାବେଳେ ଆଗକୁ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।