ଟିମ ଇଣ୍ଡିଆରେ ସୁନୀଲ ନାରାୟଣଙ୍କୁ ଖୋଜୁଛନ୍ତି ଗମ୍ଭୀର, ଏହି ଖେଳାଳି ଦେଇ ପାରନ୍ତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ   

1 min read

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହୋଇଥିବା ଗୌତମ ଗମ୍ଭୀରଙ୍କ ପାଇଁ ପ୍ରଥମ ପରୀକ୍ଷା ରହିଛି ଶ୍ରୀଲଙ୍କା ବିପକ୍ଷ ସିରିଜ୍ । ତେବେ କୋଲକାତା ନାଇଟ ରାଇଡର୍ସରେ ଯେଭଳି ଗମ୍ଭୀର ଚମତ୍କାର ଆଇଡିଆ ଲଗାଇଥିଲେ ଟିମ ଇଣ୍ଡିଆରେ ମଧ୍ୟ ସମାନ ଚାଲାକ କରିବେ ବୋଲି କୁହାଯାଉଛି । ସୁନୀଲ ନାରାୟଣଙ୍କୁ ଯେଭିଳି ଆଇପିଏଲରେ କେକେଆର ପାଇଁ ବ୍ୟବହାର କରୁଥିଲେ ଟିମ ଇଣ୍ଡିଆର ସେଭଳି ଜଣେ ଖେଳାଳିଙ୍କ ଟି-୨୦ରେ ବ୍ୟବହାର କରିବେ ଗମ୍ଭୀର । ତେବେ ସେହି ଖେଳାଳି ଜଣକ ହେଉଛନ୍ତି ଓ୍ବଶିଂଟନ ସୁନ୍ଦର । ସ୍ପିନର ସାଙ୍ଗକୁ ବ୍ୟାଟିଂର ଯାଦୁ ଦେଖାଉଥିବା ଏହି ଯୁବ ଖେଳାଳିଙ୍କୁ ସେ ବ୍ୟାଟିଂରେ ଉପରେ ଛାଡ଼ିପାରନ୍ତି । ଅଭ୍ୟାସ ସମୟରେ ତାଙ୍କୁ ଉପରେ ବ୍ୟାଟିଂ କରିବା ପାଇଁ ମଧ୍ୟ ଛାଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ତିନୋଟିଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିବା ସହ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ସୁନ୍ଦର । ଏଣୁ ତାଙ୍କୁ ଗମ୍ଭୀର କିଭଳି ଭାବେ ଖେଳାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।