spot_img

Latest Posts

ଗୌତମ ଗମ୍ଭୀରଙ୍କ ଘର ବାହୁଡ଼ା, କେକେଆରର ତୁଲାଇବେ ମେଣ୍ଟର ଦାୟିତ୍ବ

ନୂଆଦିଲ୍ଲୀ: ଆଇପିଏଲ ଟିମ କୋଲକାତା ନାଇଯ ରାଇଡର୍ସ ଟିମକୁ ଫେରିଲେ ଗୌତମ ଗମ୍ଭୀର। ୨୦୨୪ ସିଜିନରେ ତୁଲାଇବେ ମେଣ୍ଟର ଦାୟିତ୍ବ। ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟର ପଦ ଛାଡ଼ିଥିବାବେଳେ ଟିମ ଏବଂ ମାଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ । ଏହାସହ କେକେଆରର ନୂଆ ମେଣ୍ଟର ଦାୟିତ୍ବ ତୁଲାଇବା ନେଇ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଏକ ପ୍ରେସ ରିଲିଜରେ ପ୍ରକାଶ କରାଯାଇଛି । ଶାହାରୁଖ ଖାନଙ୍କ ଟିମ କୋଲକାତାର ମୁଖ୍ୟ କୋଚ ଦାୟିତ୍ବ ତୁଲାଉଥିବା ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହ ଆଲୋଚନା କରିବା ସହ ଦଳ କିଭଳି ଆଗାମୀ ସିଜିନରେ ପ୍ରଦର୍ଶନ କରିବ ସେ ନେଇ ଆଲୋଚନା ମଧ୍ୟ କରିଛନ୍ତି ।

୨୦୧୧ରୁ ୧୦୧୭ ପର୍ଯ୍ୟନ୍ତ କେକେଆର ଟିମର ଅଧିନାୟକଭାବେ ଖେଳିଛନ୍ତି ଗୌତମ ଗମ୍ଭୀର । ତାଙ୍କ ଅଧିନାୟକତ୍ବରେ ଦଳ ଦୁଇ ଦୁଇଥର ଚାମ୍ପିୟନ ମଧ୍ୟ ହୋଇଛି । କିନ୍ତୁ ଶେଷ ସମୟରେ ୨୦୧୮ ଆଇପିଏଲ ସିଜିନରେ ଦିଲ୍ଲୀ ପକ୍ଷରୁ ଖେଳିଥିବାବେଳେ ଖରାପ ପ୍ରଦର୍ଶନ କରିଥିଲେ । ଏହାପରେ ସେ ଆଇପିଏଲରୁ ସନ୍ୟାସ ନେଇଥିଲେ । ପରେ ୨୦୨୨ ଏବଂ ୨୩ ସିଜିନରେ ନୂଆ ଟିମ ଲକ୍ଷ୍ନୌର ମେଣ୍ଟରଭାବେ କାର୍ଯ୍ୟ ତୁଲାଇଥିଲେ । ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା କପ ହାତେଇ ପାରିନାହିଁ । ଏବେ ପୁଣିଥରେ କେକେଆରକୁ ଫେରିଥିବାବେଳେ ଦଳ ଶକ୍ତିଶାଳି ହେବ ବୋଲି ଆଶା ରଖାଯାଇଛି ।

Latest Posts

Don't Miss