ଟ୍ରେନ ଆଗକୁ ଡେଇଁ ପଡିଲେ ICICIବ୍ୟାଙ୍କ ପରିଚାଳକଙ୍କ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
1 min read
ଭୁବନେଶ୍ୱର: ICICIବ୍ୟାଙ୍କ ପରିଚାଳକଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ଶ୍ରୀୟା ଛକ ଆଇସିଆଇସିଆଇ ଶାଖା ପରିଚାଳକ ଗୌରବ ରାଜଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛନ୍ତି ଗୌରବ ରାଜ । ଗୌରବଙ୍କ ଘର ବିହାର ଭାଗଲପୁରରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଜିଆରପି ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଜଣେ ବ୍ୟାଙ୍କ ପରିଚାଳକ କାହିଁକି ଏବଂ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହାର କାରଣ ଖୋଜୁଛି ଜିଆରପି ପୋଲିସ । ସେପଟେ ମଧ୍ୟାହ୍ନ ୧ଟା ସମୟରେ ଗୌରବ ଆତ୍ମହତ୍ୟା କରିଥିବାବେଳେ କେମିତି କେହି ଦେଖିପାରିଲେ ନାହିଁ, ତାହା ସନ୍ଦେହ ସୃଷ୍ଟି କରିଛି । ସୂଚନା ମୁତାବକ ସତ୍ୟନଗର ଓଭରବ୍ରିଜ ଠାରୁ ସହିଦ ନଗର ଓଭରବ୍ରିଜ ମଧ୍ୟରେ ଗୌରବ ଆତ୍ମହତ୍ୟା କରିଛନ୍ତି ।