୬୬ ବର୍ଷ ବୟସରେ ୧୭୧ ଥର ରକ୍ତ ଦାନ କରି ଚର୍ଚ୍ଚାରେ ଗୋପୀ ମୋହନ ପଟ୍ଟନାୟକ

ଭୁବନେଶ୍ବର: ରାଜଧାନୀର ରକ୍ତ ଦାତା ଗୋପୀ ମୋହନ ପଟ୍ଟନାୟକ ୬୬ ବର୍ଷ ବୟସରେ ୧୭୧ ଥର ରକ୍ତ ଦାନ କରି ଏବେ ଚର୍ଚ୍ଚାରେ । ଦୁର୍ଘଟଣା ହେଉ କି ଜରୁରୀକାଳୀ ସମୟ ଅସହାୟଙ୍କ ପାଖରେ ପହଞ୍ଚି ଯାଆନ୍ତି ଗୋପୀ ମୋହନ । ଦୀର୍ଘ ୫୦ ବର୍ଷ ଧରି ସେ ରକ୍ତ ଦାନ କରି ଆସୁଛନ୍ତି । ଏବେ ଅସହାୟଙ୍କ ବନ୍ଧୁ ପାଲଟିଛନ୍ତି ଗୋପୀ ମୋହନ । କ୍ୟାପିଟାଲ ହସ୍ପିଟାଲରେ ଯେତେବେଳେ ରକ୍ତର ଆବଶ୍ୟକତା ପଡେ ସେଠି ପହଞ୍ଚିଯାଆନ୍ତି ଗୋପୀ ମୋହନ । ତାଙ୍କ ସେବା ମନୋବୃତ୍ତି ଆଗରେ ହାର ମାନିଛି ବୟସ । ଏବେ ବିଭିନ୍ନ ସ୍କୁଲ ଓ କଲେଜ ବୁଲି ରକ୍ତ ଦାନ କରିବାକୁ ଯୁବ ପୀଢ଼ିଙ୍କୁ ସଚେତନ କରୁଛନ୍ତି ।