ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଛି ଗୋପାଳକୃଷ୍ଣ

ନନ୍ଦିଘୋଷ ବ୍ୟୁରୋ: ନବ କିଶୋର ଦାସ ହତ୍ୟା ମାମଲା । ସରିଲା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ । ଗୁଜରାଟର ଗାନ୍ଧିନଗରରେ ସରିଛି ନାର୍କୋ ଓ ପଲିଗ୍ରାଫ ଟେଷ୍ଟ । ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଛି ଗୋପାଳ । ପରୀକ୍ଷା ସମୟରେ ନିଶ୍ଚେତକ ଦିଆଯାଇଥିବାରୁ ଗୋପାଳ ଏବେ ବେହୋସ ଅଛି । ଆଗାମୀ କିଛି ଘଣ୍ଟା ତାକୁ ଅବଜରଭେସନରେ ରଖାଯିବ । ଅଭିଯୁକ୍ତର ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛନ୍ତି । ସେଠାରୁ କାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । ନାର୍କୋ ଟେଷ୍ଟରେ ଅନେତ ଗୁମର ଖୋଲିଛି ଗୋପାଳ । ଅଭିଯୁକ୍ତ ମୁହଁରୁ ସତ ଆଦାୟ କରିଛି କ୍ରାଇମବ୍ରାଞ୍ଚ ।

କାହିଁକି ନବକିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ? ମନ୍ତ୍ରୀଙ୍କୁ ହତ୍ୟା କରିବା ପଛର କାରଣ କଣ ? କେଉଁ କାରଣରୁ ନବକିଶୋରଙ୍କ ଉପରେ ରାଗଥିଲା ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେରା କରିଛନ୍ତି । ପୂର୍ବରୁ ଗୋପାଳର ଏଲଭିଏ ଟେଷ୍ଟ କରାଯିବା ସହ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି । ସେପଟେ ଆସନ୍ତା ୧୩ ତାରିଖରୁ ସରୁଛି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଗତ ୯ ତାରିଖରୁ ଗୋପାଳକୁ ତୃତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇବ୍ରାଞ୍ଚ ।