ଗାନ୍ଧୀନଗରରେ ଚାଲିଛି ଗୋପାଳର ପଲିଗ୍ରାଫ୍ ଟେଷ୍ଟ

ଭୁବନେଶ୍ୱର: ଅଭିଯୁକ୍ତ ଗୋପାଳ ଦାସର ଚାଲିଛି ପଲିଗ୍ରାଫ୍ ଟେଷ୍ଟ  । ଗୁଜରାଟ ଗାନ୍ଧୀନଗରରେ   ଫରେନସିକ୍ ଲ୍ୟାବରେ ଚାଲିଛି ଟେଷ୍ଟ । କାହିଁକି ଓ କଣ ପାଇଁ ଗୋପାଳ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟା କରିଛି ସେନେଇ କାରଣ ଜଣାପଡିବ  । ଏହି ଟେଷ୍ଟରେ ଗୋପାଳ କହିବ ହତ୍ୟା ପଛର ସତ  ।ମିଳିଥିବା ସୂଚନା ମୁତାବକ
ପଲିଗ୍ରାଫ୍ ଟେଷ୍ଟ ପରେ ଗୋପାଳର କରାଯିବ ନାର୍କୋ ଟେଷ୍ଟ  ।

ଗତକାଲିଠୁ ଗୋପାଳକୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ୍ ଗୋପାଳକୁ ନେଇ ନାର୍କୋ ଟେଷ୍ଟ ପାଇଁ ଯାଇଛି । ଜେରାବେଳେ ଅନେକ ଗୁମର ଖୋଲିଛି ଅଭିଯୁକ୍ତ । ମାତ୍ର ସେସବୁ କେତେ ଠିକ୍ ? କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ଦେଇଥିବା ବୟାନ ସତ ନା ମିଛ ? ତଦନ୍ତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁନଥିଲା ତ ବହିସ୍କୃତ ଏଏସଆଇ ? ଏହାର ସତ୍ୟାସତ୍ୟ ପରଖିବାକୁ ନାର୍କୋଟେଷ୍ଟ କରାଯାଉଛି । ପୂର୍ବରୁ ଅଭିଯୁକ୍ତର ଏଲଭିଏ ଟେଷ୍ଟ ମଧ୍ୟ ହୋଇଛି ।