ବିଜୁ ଯୁବ ଜନତା ଦଳର ଅଭିନବ ପ୍ରତିବାଦ, ୨୦ ଟଙ୍କା କେଜିରେ ବିକିଲା ଆଳୁ

ଗୋପ: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଆଳୁ ଦର । କେଉଁଠି ୫୦ ପାର ତ କେଉଁଠି ୭୦ ପାର । ସ୍ଥିତି ଏମିତି ବହୁ ଲୋକ ଆଳୁ କିଣିବା ବି ଛାଡି ଦେଲେଣି । ପ୍ରାୟ ୩ ସପ୍ତାହ ହେଲା ରାଜ୍ୟରେ ଆଳୁ ସଙ୍କଟ ଲାଗି ରହିଥିବା ବେଳେ ବିଜେପି ସରକାର ଏହାର ସମାଧନ କରିବାରେ ବିଫଳ ହୋଇଛି । ରାଜ୍ୟ ସରକାରଙ୍କ ଅପାରଗତାକୁ ବିରୋଧ କରି ଅଭିନଭ ପ୍ରତିବାଦ କରିଛି ବିଜୁ ଯୁବ ଜନତା ଦଳ । ଦଳ ପକ୍ଷରୁ ୨୦ ଟଙ୍କା କେଜିରେ ଲୋକଙ୍କୁ ଆଳୁ ଯୋଇ ଦିଆଯାଇଛି ।

ଗୋପ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏପରି ପ୍ରତିବାଦ କରାଯାଇଛି । ଗୋପ ବ୍ଲକ ସମ୍ମୁଖରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ୨୦ ଟଙ୍କାରେ କେଜିରେ ଆଳୁ ବିକ୍ରି କରାଯାଇଛି ।

ବିଜେଡି ଯୁବନେତା ଭାଗିରଥି ସେନାପତି ଓ ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ରାଜ୍ୟରେ ଆଳୁ ସଙ୍କଟକୁ ବିରୋଧ କରି ସରକାରଙ୍କ ଟାର୍ଗେଟ କରିଛି ଯୁବଛାତ୍ର ସଂଗଠନ । ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରି ଏଭଳି ପ୍ରତିବାଦ କରାଯାଉଥିବା ବେଳେ ଶସ୍ତାରେ ଆଳୁ ବିକ୍ରି ହେଉଥିବା ଦେଖି ଲୋକ ମଧ୍ୟ ଭିଡ଼ ଜମାଇଥିଲେ । ସରକାର ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି ।