ତୁରନ୍ତ କରନ୍ତୁ ଏହି କାମ ନହେଲେ ଅକାମି ହୋଇଯିବ ଜି-ମେଲ୍ ..
1 min readଜି-ମେଲ୍ ୟୁଜର୍ସଙ୍କ ପାଇଁ ଆଜି ଅର୍ଥାତ୍ ମେ ୩୧ ତାରିଖ ବହୁତ ଗୁରୁତ୍ୱ ରଖେ । ଜି-ମେଲରେ ଏମିତି କିଛି ପରିବର୍ତ୍ତନ କରିବାକୁ ଯାଉଛି ଯାହାକୁ ଆପଣ ଜୋର୍ କା ଝଟକା ଧିରେ ସେ ଲଗେ.. ବୋଲି କହି ପାରିବେ । ଆଜି ଯଦି ଆପଣ ପୂର୍ବ ପ୍ରସ୍ତୁତି କରୁନାହାନ୍ତି ତେବେ ହୁଏତ କାଲି ମାନେ ଜୁନ୍ ୧ ତାରିଖରୁ ଆଉ ମେଲ୍ ପଠାଇ ପାରିବେ ନାହିଁ କି ରିସିଭ୍ କରି ପାରିବେ ନାହିଁ ।
ଏହି କିଛିଦିନ ହେବ ଗୁଗୁଲ ଫୋଟଜ୍ ନେଇ ଆପଣ ଅନେକ କିଛି ଜିନିଷ ଶୁଣୁଛନ୍ତି । ସୂଚନା ଅନୁସାରେ ଜୁନ୍ ୧ ରୁ ଆପଣ ଫ୍ରିରେ ଫୋଟ ଅପଲୋଡ୍ କରିପାରିବେ ନାହିଁ ବୋଲି କୁହାଯାଉଛି । କିନ୍ତୁ କଣ ଏହା ସତ? ଆଜ୍ଞା ହଁ ଏହା ସତ । ଯଦି ଆପଣ ଗୁଗୁଲ୍ ୟୁଜରର୍ସ ତେବେ ଏସମ୍ଭନ୍ଧରେ ଆଜି ହିଁ ଜାଣିରଖନ୍ତୁ । । କି କେବଳ ଗୁଗୁଲ ଫୋଟରେ ହିଁ ଏହି ଘଟଣା ସିମିତ ନାହିଁ । ବରଂ ଏହାଠୁ ବି ଅଧିକ ଜଟିଳ ହେବାକୁ ଯାଉଛି ଗୁଗୁଲ ଆକାଉଣ୍ଟର ନୂଆ ନିୟମ । କାହିଁକି ନା ଜୁନ୍ ୧ ରୁ ଅଧିକାଂଶ ଜିମେଲ୍ ଆକାଉଣ୍ଟ ୟୁଜରର୍ସଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ।
ଆଜିଯାଏଁ ନିଜ ଫୋଟର ବ୍ୟାକଅପ ପାଇଁ ଆପଣ ଗୁଗୁଲ ଫୋଟଜ୍ କୁ ମାଗଣାରେ ବ୍ୟବହାର କରୁଥିଲେ କିନ୍ତୁ ଏବେ ଫ୍ରି ସେବା ବନ୍ଦ ହେବାକୁ ଯାଉଛି । ଜୁନ୍ ୧ରୁ ଏଥିପାଇଁ ଆପଣଙ୍କୁ ଟଙ୍କା ଗଣିବାକୁ ପଡିବ । ଏବେ ଫୋଟ ସେଭ୍ କରିବା ପାଇଁ ଦେବାକୁ ପଡିବ ଟଙ୍କା । ଗୁଗୁଲ୍ ଫୋଟଜ୍ ରେ ଆପଣଙ୍କ ଫୋଟ ସେଭ୍ ରଖିବା ପାଇଁ ୩ପ୍ରକାରର ଅପଲୋଡ୍ ର ବ୍ୟବସ୍ଥା ରହିଛି । ହାଇକ୍ୱାଲିଟି,ଏକ୍ସପ୍ରେସ କ୍ୱାଲିଟି ଓ ଅରିଜିନାଲ୍ କ୍ୱାଲିଟି । ହାଇ କ୍ୱାଲିଟି ଓ ଏକ୍ସପ୍ରେସ କ୍ୱାଲିଟିରେ ଆଜି ଯାଏଁ ୟୁଜରର୍ସ ମାଗଣାରେ ଫୋଟ ଅପଲୋଡ୍ କରି ବ୍ୟାକଅପ ପାଇଁ ରଖିପାରୁଥିଲେ ଓ କେବଳ ଅରିଜିନାଲ କ୍ୱାଲିଟି ପାଇଁ ପଇସା ଦେବାକୁ ପଡୁଥିଲା । ହେଲେ ବର୍ତମାନ ଏହି ନିୟମରେ ଜୁନ୍ ୧ ରୁ ପରିବର୍ତ୍ତନ ହେଉଛି ।
ଅର୍ଥାତ ଆସନ୍ତାକାଲିଠାରୁ ଏହି ୩ଟି କ୍ୱାଲିଟିରେ ଫୋଟ କିମ୍ବା ଭିଡିଓ ଅପଲୋଡ କଲେ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । ତାଛଡା ଆପଣଙ୍କୁ ସୁବିଧା କଣ ମିଳିବ ? ସେ ବିଷୟରେ ବି ଜାଣିରଖନ୍ତୁ । ଯଦି ଆପଣଙ୍କର ଜିମେଲ ଆକାଉଣ୍ଟ ଅଛି ତାହାଲେ ଆପଣଙ୍କୁ ପନ୍ଦର ଜିବିର ସ୍ପେସ୍ ମିଳିବ । ଆଉ ଏତିକି ସ୍ପେସ୍ ରେ ଆପଣ ଫୋଟ,ଭିଡିଓ ଏବଂ ନିଜର ଡକ୍ୟୁମେଣ୍ଟ ସବୁକିଛି ସେଭ୍ କରି ରଖିପାରିବେ । ଏହି ୧୫ ଜିବି ସ୍ପେସରେ ଆପଣଙ୍କୁ ସବୁ ରଖିବାକୁ ପଡିବ । ମାନେ ଏଥିରେ ରହିବ ଆପଣଙ୍କ ଫଟୋ ସହିତ ମେଲ୍ । ଅର୍ଥାତ ଯଦି ଆପଣଙ୍କ ୧୫ ଜିବି ସ୍ପେସ୍ ପୁରା ହୋଇ ଯାଉଛି ତେବେ ଆପଣଙ୍କୁ ଅଧିକ ଜିବି ପାଇଁ ଟଙ୍କା ଦେବାକୁ ପଡିବ । ଯଦି ଆପଣ ସ୍ପେସ୍ ଖାଲି କରିବେ ନାହିଁ କି ଟଙ୍କା ଦେଇ ଅଧିକ ସ୍ପେସ୍ କିଣିବେ ନାହିଁ ତେବେ ନା ଆପଣ ମେଲ୍ ପଠାଇ ପାରିବେ ନା ମେଲ୍ ରିସିଭ୍ କରିପାରିବେ । ତେଣୁ ତୁରନ୍ତ ନିଜ ଜିମେଲ୍ କୁ ଚେକ୍ କରନ୍ତୁ । ଯଦି ସ୍ପେସ୍ ଫୁଲ ତେବେ ଅଦରକାରୀ ମେଲ୍ ଡିଲିଟ୍ କରନ୍ତୁ,ଜଙ୍କ୍ ହଟାନ୍ତୁ ନହେଲେ କାଲିଠାରୁ କୌଣସି ମେଲ୍ ନା ରିସିଭ୍ କରିପାରିବେ ନା ସେଣ୍ଡ୍ କରିପାରିବେ ।