ପଞ୍ଚମ ପର୍ଯ୍ୟାୟ ମତଦାନକୁ ଡୁଡଲରେ ସ୍ଥାନ ଦେଲା ଗୁଗୁଲ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚମ ପର୍ଯ୍ୟାୟରେ ଭୋଟ ଦେଉଛି ଭାରତ । ଗୁଗୁଲ ବି ମତଦାନ ସାବ୍ୟସ୍ତ କରୁଥିବା ନିଜ ଡୁଡଲରେ ଦର୍ଶାଇଛି  । ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ କାଳି ଚିହ୍ନିତ ଆଙ୍ଗୁଠିକୁ ନିଜ ଡୁଡୁଲରେ ସ୍ଥାନ ଦେଇଛି ଗୁଗୁଲ  । ଗୁଗୁଲ ନିଜ ହୋମପେଜରେ ଡୁଡୁଲକୁ ସ୍ଥାନ ଦେଇଛି  ।

ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବାରୁ ଗୁଗୁଲ ତାର ଆଇକନିକ ଛବିକୁ ହଟାଇ ତର୍ଜନୀ ଆଙ୍ଗୁଠିରେ କାଳି ଚିହ୍ନ ଲାଗିଥିବା ଫଟୋକୁ ସ୍ଥାନିତ କରିଛି  । ଏହି ଡୁଡଲରେ କ୍ଲିକ କଲେ ଜଣେ ୟୁଜର ୧୮ତମ ଲୋକସଭା ନିର୍ବାଚନ ସମ୍ବନ୍ଧୟ କୌଣସି ଖବର ବିଷୟରେ ଜାଣିପାରିବେ  ।

ଆଠ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ ଆସନରେ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି  । ଏହି ପର୍ଯ୍ୟାୟରେ ମଇଦାନରେ କିଛି ହାଇ ପ୍ରଫାଇଲଙ୍କ ନାମ ସାମିଲ ଅଛି  । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ(ଅମେଠୀ), କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ (ଲକ୍ଷ୍ନୌ), ପିୟୂଶ ଗୋଏଲ (ମୁମ୍ବାଇ ଉତ୍ତର) ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ (ରାଏବରେଲୀ)ରୁ ସାମିଲ ଅଛନ୍ତି  ।