କେଉଟଗୁଡା ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ରାୟଗଡ଼ାରୁ ଦାମନଯୋଡି ଯାଉଥିବା ସମୟରେ ରେଳଟି ଲାଇନଚ୍ୟୁତ ହୋଇଛି । ଦୁଇଟି ବଗିର ଆଠଟି ଚକ ଟ୍ରାକରୁ ବାହାରି ପଡିଥିବା ଜଣାପଡ଼ିଛି । ଦୁର୍ଘଟଣା ହେତୁ ଟ୍ରାକରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କୋରାପୁଟ – ରାୟଗଡ଼ା ରେଳପଥରେ ଅନେକ ଟ୍ରେନ ଅଟକି ରହିଛି । ଟ୍ରାକରେ ମରାମତି କାମ ଆରମ୍ଭ ହୋଇଥିବାବେଳେ ଖୁବଶୀଘ୍ର ଚଳାଚଳ ସ୍ବାଭାବିକ ହେବ ବୋଲି ରେଳ ଅଧିକାରୀ କହିଛନ୍ତି ।