ମହିଳାଙ୍କ ନାମରେ ସମ୍ପତି ରେଜିଷ୍ଟ୍ରି କଲେ ଷ୍ଟାମ୍ପ ଡ୍ୟୁଟିରେ ମିଳିବ ରିହାତି

1 min read

ନନ୍ଦିଘୋଷ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବଜେଟରେ ମହିଳାଙ୍କ ପାଇଁ ଏକ ଖୁସି ଖବର ରହିଛି । ଯଦି ମହିଳାଙ୍କ ନାମରେ ସମ୍ପତି ରେଜିଷ୍ଟ୍ରି କରନ୍ତି ତେବେ ଷ୍ଟାମ୍ପ ଡ୍ୟୁଟିରେ ମିଳିବ ରିହାତି । ଷ୍ଟାମ୍ପ ଡ୍ୟୁଟିରେ ରିହାତି ମିଳିବା ନେଇ ପ୍ରସ୍ତାବ ଦିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ମହିଳାଙ୍କ ଦ୍ୱାରା ଆବାସିକ ସମ୍ପତ୍ତି କ୍ରୟ ଉପରେ ଶୁଳ୍କ ହ୍ରାସ କରିବା ଏବଂ ଏହାକୁ ସହରାଞ୍ଚଳ ବିକାଶ ଯୋଜନାର ଏକ ବାଧ୍ୟତାମୂଳକ ଉପାଦାନ କରିବା ଉପରେ ସରକାର ବିଚାର କରିବେ। 2024-25 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଥିବାବେଳେ ସୀତାରମଣ କହିଛନ୍ତି ଯେ ମହିଳାଙ୍କ ଦ୍ୱାରା କିଣାଯାଇଥିବା ସମ୍ପତ୍ତି ପାଇଁ ଦେୟ ହ୍ରାସ କରିବାକୁ ସରକାର ରାଜ୍ୟମାନଙ୍କୁ ଉତ୍ସାହିତ କରିବେ।