ସଜେଇ ହେଉଛି ଭୁବନେଶ୍ୱର, ପ୍ରବାସୀଙ୍କ ପାଇଁ ଖୁସି ଖବର !

ଭୁବନେଶ୍ୱର: ସଜେଇ ହେବ ଭୁବନେଶ୍ୱର । ଏହାକୁ ସଜେଇବେ ପ୍ରବାସୀ ଶ୍ରମିକ । ପୂର୍ବରୁ ରାଜ୍ୟ ବା ଦେଶ ବାହାରେ ଦାଦନ ଖଟୁଥିବା ଶ୍ରମିକଙ୍କ ପାଇଁ ଖୁସି ଖବର । ସେମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି । ଭୁବନେଶ୍ୱର ମହାନଗର ନିଗମ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି । ରାଜ୍ୟ ଭିତରେ ହିଁ ସେମାନଙ୍କୁ କାମ ଦେବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ ବିଏମ୍‌ସି ପକ୍ଷରୁ ସେମାନଙ୍କୁ କାମ ଦେବା ପାଇଁ ଯୋଜନା ହୋଇସାରିଛି ।

ମହାମାରୀ ଭିତରେ ରାଜ୍ୟ ସରକାର ଓ ବିଏମ୍‌ସି ପକ୍ଷରୁ ପ୍ରବାସୀ ଚିତ୍ରଶିଳ୍ପୀଙ୍କୁ ଯୋଗାଇ ଦିଆଯାଇଛି ରୋଜଗାରର ବାଟ । ବିଏମ୍‌ସିର ଉନ୍ନତି ଯୋଜନାରେ ଅନେକ ପ୍ରବାସୀ ଶିଳ୍ପୀ ଓ ଶ୍ରମିକଙ୍କୁ ସାମିଲ କରାଯାଇଥିବା ବେଳେ ରାଜଧାନୀକୁ ସଜାଯାଉଛି । ବିଏମସିର ଉନ୍ନତି ଯୋଜନାରେ ଅନେକ ପ୍ରବାସୀ ଚିତ୍ରକାରଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି ।

ଲକଡାଉନ୍‌ ସମୟରେ ରାଜ୍ୟ ଭିତରେ ରହୁଥିବା ଚିତ୍ରକାର ଓ ପ୍ରବାସୀ ଚିତ୍ରକାରଙ୍କୁ ନେଇ ଏବେ ସାରା ସହର ଓ ରାସ୍ତା ଘାଟରେ କରେ।ନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଅନ୍ୟ ପଟେ ରାଜଧାନୀର ବେଶ ଜଣାଶୁଣା ଗଳି କନ୍ଦିକୁ ନୂଆ ରୂପ ଦିଆଯାଉଛି । ଏଟିଏମ୍‌ ୱାଟର୍‌ ସିଷ୍ଟମ ସହ ବାୟୋ ଟଏଲେଟ୍‌ ଓ ଲୋକଙ୍କ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

Leave a Reply