କଟକ ସହର ଓ ଆଖପାଖ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଖୁସି ଖବର

କଟକ: କଟକ ସହର ଓ ଆଖପାଖ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଖୁସି ଖବର । କଟକ ବ୍ରଜବିହାରିପୁର ଠାରେ ଲୋକାର୍ପିତ  ହେବ ୧୩୨/୩୩ କେଭିର ଗ୍ରିଡ୍ ସବଷ୍ଟେସନ  । ରାଜ୍ୟ ସରକାରଙ୍କ ସହରାଞ୍ଚଳ ଶକ୍ତି ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ବା କ୍ରିପ୍ସ୍ ଯୋଜନାରେ ଏହାର ନିର୍ମାଣ କରାଯାଇଛି । ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ସବଷ୍ଟେସନକୁ ଉଦ୍‍ଘାଟନ କରିବେ  ।

ରାଜ୍ୟର ପ୍ରମୁଖ ଗ୍ରୀଡ୍ ସ୍ଥାପନକାରୀ ସଂସ୍ଥା ଏ.କେ ଦାସ ଆସୋସିଏଟସ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି  । ଏଥିରେ  ୧୩୨ କେ.ଭି ର ୧୦୫ ଟି, ୩୩ କେ.ଭିର ୮ ଟି ଓ ୪୦ ଏମ୍ଭିଏ ପାୱାରର ୨ଟି ଉଚ୍ଚ ସକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ରହିଛି । ଏହି ଗ୍ରୀଡ୍ କାର୍ଯ୍ୟକ୍ଷମ ହେଲେ କଟକ ସହର ସିଡିଏ ଅଞ୍ଚଳ ତଥା ତଳିଆ ଅଞ୍ଚଳରେ ପାୱାର କଟ୍ ଏବଂ ଲୋ ଭୋଲ୍ଟେଜ୍ ସମସ୍ୟା ଦୂର ହେବ । ୨୦୧୫ ଜୁନରେ ଓପିଟିସିଏଲ୍ ପକ୍ଷରୁ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ମିଳିଥିଲା ଓ ୨୦୧୮ ଜାନୁଆରୀରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨ ବର୍ଷ ମଧ୍ୟରେ ସଫଳତାର ସହିତ ପ୍ରକଳ୍ପ ଶେଷ ହୋଇଛି  ।

Leave a Reply