ସ୍ୱର୍ଣ୍ଣ ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେବା ପାଇଁ ଇଚ୍ଛା ପ୍ରକାଶ କଲେ ଜରିନ୍

1 min read

ନୂଆଦିଲ୍ଲୀ:ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ନିକହତ ଜରିନ୍ । ସେ ବର୍ମିଂହମ୍‌ରେ ଖେଳାଯାଇଥିବା ୫୦ କେଜି ବର୍ଗର ମହିଳା ବିକ୍ସିଂରେ  ସ୍ୱର୍ଣ୍ଣ ଜିତିଛନ୍ତି । ତାଙ୍କ ବକ୍ସିଂ କୌଶଳ ବଳରେ ଆୟରଲ୍ୟାଣ୍ଡର କାର୍ଲି ମ୍ୟାକନେଲଙ୍କୁ ୫-୦ରେ ପରାସ୍ତ କରିଛନ୍ତି ।

ନିକହତ ଜରିନ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ମଧ୍ୟ ରହିଛନ୍ତି । ତେବେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ପୁଣି ସେଲ୍‌ଫି ନେବାକୁ ଆଶା ପ୍ରକଟ କରିଛନ୍ତି ।

ସେ କହିଛନ୍ତି ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଇଛି ଏବଂ ଟି ସର୍ଟ ଉପରେ ଅଟୋଗ୍ରାଫ୍ ନେଇଥିଲି । ଏ ଥର ଗୋବ୍ଳସରେ ଅଟୋଗ୍ରାଫ୍ ନେବି । ଏହି ପଦକ ସହ ନିକହତ ପ୍ରମାଣିତ କରିଛନ୍ତି ଯେ, ସେ ବିଶ୍ୱର ସର୍ବଶ୍ରେଷ୍ଠ ବକ୍ସର । ସେ ନିଜ ଓଜନ କମାଇବା ସହ ବିଶ୍ୱ ଚାମ୍ପିଅନସିପରେ ବିଜୟୀ ହୋଇଥିଲେ । ଏବଂ ଏହାର ୩ ମାସ ପରେ ପୁଣି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି ।

ତେଲଙ୍ଗାନାର ଏହି ବକ୍ସରଙ୍କ ପାଇଁ ଆହ୍ୱାନ ଥିଲା ଯେ, ସେ ବିଶ୍ୱ ଚାମ୍ପିଅନସିପରେ ୫୨ରୁ ନିଜ ଓଜନକୁ ୫୦ କିଲୋଗ୍ରାମ ଯାଏଁ କମ୍ କରିଥିଲେ । ଏହି ବର୍ଗ ଏସୀୟ କ୍ରୀଡ଼ା ସହିତ ଅଲିମ୍ପିକ ଖେଳର ମଧ୍ୟ ଅଂଶ ।  ଜରିନ ଏହି ଆହ୍ୱାନକୁ ସଫଳତାର ସାମ୍ନା କରି ଓଜନ କମାଇବା ସହ ନିଜ ପ୍ରତିଦ୍ୱନ୍ଦ୍ୱିକୁ ପରାସ୍ତ କରିଛନ୍ତି ।

ଏଥିସହିତ ଭାରତୀୟ ବକ୍ସିଂ ଆସୋସିଏସନ୍, ଭାରତୀୟ ଖେଳ ପ୍ରାଧିକରଣ, ଖେଳ ମନ୍ତ୍ରାଳୟ ଶିବିରର ବ୍ୟବସ୍ଥା ନେଇ ଧନ୍ୟବାଦ ଜଣାଇଛନ୍ତି । ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିକହତଙ୍କ ଏହା ପ୍ରଥମ ସ୍ୱର୍ଣ୍ଣ ।