ବିଶ୍ବ ଚାମ୍ପିଅନସିପରେ ରୌପ୍ୟ ଜିତିଲେ ଗୋଲ୍ଡେନ ବଏ ନୀରଜ

ନୂଆଦିଲ୍ଲୀ: ରୌପ୍ୟ ଜିତିଲେ ସୁନା ପୁଅ । ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ଭାରତ ରଚିଲା ଇତିହାସ । ଜାଭିଲିନ ଥ୍ରୋରେ ଗୋଲ୍ଡେନ ବଏ ନୀରଜ ଚୋପ୍ରାଙ୍କୁ ମିଳିଲା ରୌପ୍ୟ ପଦକ । ଚତୁର୍ଥ ରାଉଣ୍ଡରେ ୮୮ ଦଶମିକ ୧୩ ମିଟର ଜାଭିଲନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି ନିରୋଜ ଚୋପ୍ରା । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଜିତିଲେ ନୀରଜ ।

ଟୋକିଓ ଅଲମ୍ପିକ ଚାମ୍ପିଅନ ନୀରଜ ବିଶ୍ବ ଚମ୍ପିଆନସିପରେ ଦ୍ବିତୀୟ ସ୍ଥାନରେ ରହି ରୌପ ପଦକ ନିଜ ନାମରେ କରିପାରିଛନ୍ତି । ୯୦.୪୬ ମିଟର ଶ୍ରେଷ୍ଠ ଥ୍ରୋ ସହ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଏଣ୍ଡରସନ ପିଟର୍ସ । ପ୍ରାରମ୍ଭିକ କ୍ଷେତ୍ରରେ ଆଣ୍ଡରସନ ଲଗାତାର ଦୁଇଥର ୯୦ ମିଟରରୁ ଅଧିକ ଥ୍ରୋ କରିଛନ୍ତି ।

ଫାଇନାଲରେ ନୀରଜଙ୍କ ବ୍ୟତୀତ ଆହୁରି ଜଣେ ଭାରତୀୟ ରୋହିତ ଯାଦବ ବି ରହିଥିଲେ । କିନ୍ତୁ ଆରମ୍ଭରୁ ତିନୋଟି ଥ୍ରୋ ପରେ ଟପ୍‌ ୮ରେ ସେ ରହିବା ପାଇଁ ଅସମର୍ଥ ହେବା ସହ ମେଡାଲ ରେସରୁ ବାଦ୍‌ ପଡିଥିଲେ ।