ପୁରୀର ସ୍ୱର୍ଣ୍ଣିମ ବେଳାଭୂମିକୁ ମିଳିଲା ଅନ୍ତଃରାଷ୍ଟ୍ରୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା
1 min readଭୁବନେଶ୍ୱର: ପୁରୀର ପବିତ୍ର ବେଳାଭୂମିକୁ ଅନ୍ତର୍ଜାତୀୟ ବେଳାଭୂମି ମାନ୍ୟତା ମିଳିଛି । FEE ଡେନମାର୍କ ପୁରୀ ବେଳାଭୂମିକୁ ଦେଇଛି ଏହି ସାର୍ଟିଫିକେଟ । ସୁନ୍ଦର ପରିବେଶ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପାଇଁ ଏହି ପୁରସ୍କାର ଦିଆଯାଏ । ପୁରୀ ସହରର ଦିଗବାରେଣୀ ଛକରୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ୮୭୦ ମିଟର ବେଳାଭୂମିକୁ ବିଶ୍ୱ ବ୍ୟାଙ୍କ ସହାୟତାରେ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ(ICZMP)ରେ ବିକଶିତ କରିଥିଲା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ।
Glad to share that Golden Beach of #Puri has received coveted #BlueFlag certification by FEE Denmark by conforming to the stringent environmental norm and ensuring world class sustainable tourist amenities. The renowned eco-label will add to the charm of the #WorldHeritageCity. pic.twitter.com/b7o6GWKxV1
— Naveen Patnaik (@Naveen_Odisha) October 11, 2020
ପୁରୀ ବିଚକୁ ବ୍ଲୁ ଫ୍ଲାଗ ସାର୍ଟିଫିକେଟ୍ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଗୋଲ୍ଡେନ୍ ବ୍ଲୁ ଫ୍ଲାଗ ବିଚର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଥିବାରୁ ପୁରୀ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମୋ ବିଚ୍ କ୍ୟାମ୍ପେନର ମଧ୍ୟ ଏଥିରେ ଭୂମିକା ଥିବା କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ଏହି ମାନ୍ୟତାକୁ ବଜାୟ ରଖିବା ଦିଗରେ ସମସ୍ତେ ସହଯୋଗ କରିବେ ଜିଲ୍ଲାପାଳ ଆଶା ରଖିଛନ୍ତି ।
Congratulations Puri!!
Golden Beach Puri is now #BlueFlagGoldenBeach pic.twitter.com/EmF2MkGj7c— District Election Officer Puri (@Puri_Official) October 11, 2020
୩୩ଟି ମାନଦଣ୍ଡ ପୂରଣ କରୁଥିବା ବିଚକୁ ହିଁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଥାଏ । ଏହି ୩୩ଟି ମାନଦଣ୍ଡକୁ ସ୍ଥିର କରିଥାଏ ଫାଉଣ୍ଡେସନ୍ ଫର ଏନଭରମେଣ୍ଟ ଏଜୁକେସନ୍ (FEE) ଡେନମାର୍କ । ମାନଦଣ୍ଡ ପ୍ରକାରେ ବେଳାଭୂମିରେ ଟଏଲେଟ, ଚେଞ୍ଜିଂ ଆଣ୍ଡ ସାୱାର ରୁମ୍, ୱାଚ୍ ଟାୱାର, ସୋଲାର ଲାଇଟିଂ ସିଷ୍ଟମ, ବସିବା ବ୍ୟବସ୍ଥା, ଯାନ୍ତ୍ରିକ ପ୍ରଦୂଷଣ ନିୟନ୍ତ୍ରଣ ସହ ନିରାପଦ ସୁଇମିଂ ଜୋନ୍, ବେଳାଭୂମି ସୁରକ୍ଷା ରହିବା ଦରକାର ।