୩୨ ଲକ୍ଷର ସୁନା ଲୁଟ୍

ବରଗଡ଼: ବରଗଡ଼ ସୋହେଲାରେ ସୁନା ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍ ଅଭିଯୋଗ ଆସିଛି । ୮୦୦ଗ୍ରାମ ସୁନା ଅଳଙ୍କାର ଓ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ସୋହେଲା ଥାନାରେ ଅଭିଯୋଗ ହୋଇଛି । ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି ।

ଏନେଇ ଛତିଶଗଡରୁ ସୁନା ବ୍ୟବସାୟୀ ସାଗର ଜୈନ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ ବରଗଡ ଏବଂ ବଲାଙ୍ଗିର ଜିଲ୍ଲାରେ ତାଙ୍କର ସୁନା ବ୍ୟବସାୟ ଚାଲେ । ତାଙ୍କ ମ୍ୟାନେଜର୍ ସୁନା ଅଳଙ୍କାର ଆଣି ଜିଲ୍ଲାର ଅଳଙ୍କାର ଦୋକାନ ମାନଙ୍କରେ ବିକ୍ରୟ କରିଥାନ୍ତି ।

ଗତ ଶୁକ୍ରବାର ରାତିରେ ରାୟପୁରକୁ ଫେରୁଥିବା ସମୟରେ ସୋହେଲା ପାଖ ଗ୍ରୀଞ୍ଜେଲ ଠାରେ ଏକ ଜିପ ଯୋଗେ ୪ଜଣ ବ୍ୟକ୍ତି ଆସି ଗାଡିକୁ ଅଟକାଇ ଥିଲେ । ମ୍ୟାନେଜର୍ ଏବଂ ଡ୍ରାଇଭର କୁ ଲୁହା ଛଡ଼ରେ ଆକ୍ରମଣ କରି ଲୁଟିନେଇଛନ୍ତି । ପଦ୍ମପୁର ଏସଡ଼ିପିଓ ପ୍ରଦୀପ ସାହୁ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply