ଶସ୍ତା ହେଲା ସୁନା-ରୂପା ଦାମ୍, ଜାଣନ୍ତୁ କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଡଲାରର ମୂଲ୍ୟ ବୃଦ୍ଧି ହେବା ଫଳରେ ସୁନା ଦାମ୍ ଖସିଛି । ଖାସ୍ କରି ଡଲାର ମହଙ୍ଗା ହେଲେ ସୁନାର ଚାହିଦା ହ୍ରାସ ପାଇଥାଏ । କାରଣ ଏହାର ମୂଲ୍ୟ ଅନ୍ୟ କରେନ୍ସି ହୋଲଡରଙ୍କ ପାଇଁ ବଢିଯାଇଥାଏ । ଆଉ ଏବେ ଘରୋଇ ବଜାରରେ ପ୍ରଭାବ ଦେଖାଯାଉଥିବା ବେଳେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଗୁରୁବାର ଦିନ ଘରୋଇ ମାର୍କେଟରେ ସୁନା ଓ ରୂପା ଦାମ୍ ଖସିଛି ।
ଗୁରୁବାର ଦିନ ଏମସିଏକ୍ସରେ ସୁନା ୦.୩୬ ପ୍ରତିଶତ ତଥା ୧୭୭ ଟଙ୍କା ହ୍ରାସ ପାଇଥିବା ବେଳେ ୧୦ ଗ୍ରାମ୍ ପ୍ରତି ସୁନା ମୂଲ୍ୟ ୪୮,୬୮୮ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ୧ ପ୍ରତିଶତ ତଥା ୬୬୬ ଟଙ୍କା ହ୍ରାସ ପାଇଥିବା ବେଳେ କିଲୋ ପ୍ରତି ଏହାର ମୂଲ୍ୟ ୬୫,୮୭୦ ଟଙ୍କାରେ ପହଞ୍ଚିଛି ।
ଦିଲ୍ଲୀ ମାର୍କେଟରେ ବୁଧବାର ଦିନ ସୁନା ୨୩୧ ଟଙ୍କା ଖସି ୧୦ ଗ୍ରାମ୍ ପ୍ରତି ସୁନା ଦାମ୍ ୪୮ ହଜାର ୪୨୧ରେ ପହଞ୍ଚିଛି । ସେହିପରି ରୂପା ୨୫୬ ଟଙ୍କା ଖସି କିଲୋଗ୍ରାମ୍ ପ୍ରତି ଦାମ୍ ୬୫ ହଜାର ୬୧୪ରେ ପହଞ୍ଚିଛି ।
ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପାର ମୂଲ୍ୟ କ୍ରମଶଃ ୧୮୫୦ ଡଲାର ଓ ୨୫୪୧ ଡଲାର ରହିଛି । ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରା ନୀତିର ନିଷ୍ପତ୍ତି ପୂର୍ବରୁ ସୁନା ମୂଲ୍ୟରେ ସ୍ଥିରତା ଦେଖା ଦେଇଥିଲା।
ତେବେ ଗତ କିଛି ସପ୍ତାହ ଧରି ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ କ୍ରମାଗତ ଭାବରେ ୫୦ ହଜାରରୁ କମ୍ ରହିଆସିଛି । ଚଳିତ ବର୍ଷ ଜାନୁଆରୀ ପ୍ରାରମ୍ଭରୁ ସୁନାର ମୂଲ୍ୟ ୫୧ ହଜାର ୬୬୦ରେ ପହଞ୍ଚିଥିଲା । ହେଲେ ଏବେ ୧୦ ଗ୍ରାମ ପ୍ରତି ସୁନାର ଦାମ୍ ପ୍ରାୟ ୪୮,୫୦୦କୁ ଖସିଛି ।