spot_img

Latest Posts

ଜାଣନ୍ତୁ ଦେଶର କେଉଁ ସହରରେ କେତେ ରହିଛି ସୁନା ଦାମ

ନୂଆଦିଲ୍ଲୀ: ଏବେ କିଛି ଦିନ ହେବ ଦେଶରେ ସୁନା ଓ ରୂପା ଦର ଅସ୍ଥିର ହେବାର ଦେଖିବାକୁ ମିଳିଛି । ତେବେ ଗୁରୁବାର ମଧ୍ୟ ଦେଶର କିଛି ସ୍ଥାନରେ ସୁନା ରୂପା ଦରରେ ପରିବର୍ତ୍ତନ ଆସିଛି । ଦେଶର ଚାରିଟି ମେଟ୍ରୋ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ସୁନା ଦର ଗୁରୁବାର ଦିନ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀ ବିଷୟରେ କହିବାକୁ ଗଲେ ୧୦ ଗ୍ରାମ୍ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୬,୧୫୦ ଥିବାବେଳେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୦,୨୫୦ ଟଙ୍କା ରହିଛି । ଚେନ୍ନାଇରେ ଆଜି ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୪,୪୦୦ ଥିବାବେଳେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ ୪୮,୪୪୦ ରହିଛି ।

କୋଲକତା ସୁନା ଦରରେ ଆଜି କୌଣସି ପରିବର୍ତ୍ତନ ଆସିନାହିଁ । ୧୦ ଗ୍ରାମ ୨୨ କ୍ୟାରେଟକୁ ୪୯,୨୧୦ ଟଙ୍କା ରହିଛି । ମହାନଗରୀ ମୁମ୍ବାଇରେ ସୁନା ମୂଲ୍ୟ ବିଷୟରେ କହିବାକୁ ଗଲେ, ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪୬, ୧୯୦ ଟଙ୍କା ରହିଛି । ଅପରପକ୍ଷରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦାମ ୪୭,୧୯୦ ଟଙ୍କା ରହିଛି ।

ଦିଲ୍ଲୀ ବଜାରରେ ଗୁରୁବାର ଦିନ ସୁନା ୧୦ ଗ୍ରାମ ପିଛା ୯୩ ଟଙ୍କା ହ୍ରାସ ପାଇ ୪୬,୨୮୩ ଟଙ୍କା ହୋଇଛି। HDFC ସିକ୍ୟୁରିଟି ଏନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୧୦ ଗ୍ରାମ ସୁନା ପ୍ରତି ୪୬,୩୭୬ ଟଙ୍କା ଥିଲା। ତେବେ ରୂପା ମୂଲ୍ୟ ୯୯ ଟଙ୍କା ବୃଦ୍ଧି ହୋଇ ୬୬,୭୮୯ ଟଙ୍କା ହୋଇଛି।

Latest Posts

Don't Miss