୨୦୨୧ରେ ସୁନା ଦାମ ୧୦ ଗ୍ରାମ ପ୍ରତି ହେବ ୮୦ ହଜାର ଟଙ୍କା !

ନୂଆଦିଲ୍ଲୀ: ଭାରତ ସୁନା ପ୍ରିୟ । ଭାରତରେ ଯେତିକି ସୁନା ଅଛି ଓ ଭାରତୀୟ ଯେତିକି ସୁନା କିଣନ୍ତି ବିଶ୍ୱର ଅନ୍ୟକୌଣସି ଦେଶର ଲୋକ ସେତିକି ସୁନା କିଣନ୍ତି ନାହିଁ । ଏମିତିରେ ଗତ ୪ ଦିନ ଧରି ଦେଶରେ ସୁନା ରେଟ୍ ବଢି ଚାଲିଛି । ୧୦ ଗ୍ରାମ ପ୍ରତି ସୁନା ଦର ୨୬ ଜୁନରେ ରହିଛି ୪୯ ହଜାର ୬୮୦ । ଆସନ୍ତା ସପ୍ତାହରେ ଏହା ୫୦ ହଜାର ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଅନ୍ତର୍ଜାତୀୟ ବଜାରରେ ସୁନା ମୁଲ୍ୟ ବୃଦ୍ଧି କାରଣରୁ ଭାରତୀୟ ବଜାର ଉପରେ ପ୍ରଭାବ ପଡିଛି । ତେବେ ସୁନା ମୁଲ୍ୟବୃଦ୍ଧି ୫୦ ହଜାରରେ ଅଟକିବ ନାହିଁ ବୋଲି ବଜାର ବିଶେଷଜ୍ଞ କହୁଛନ୍ତି । ୨୦୨୧ ବେଳକୁ ସୁନା ଭରି ୮୦ ହଜାର ଟଙ୍କା ହେବ ବୋଲି ବିଶେଷଜ୍ଞଙ୍କ ଆଶଙ୍କା ।

gold

୨୧ରେ ୮୦ ହଜାର !

କରୋନା ଭାଇରସ ସଂକ୍ରମଣ କାରଣରୁ ଶେୟାର ବଜାର ଓ ବଣ୍ଡ୍ ବଜାରରେ ହଲଚଲ ନାହିଁ । ନିବେଶକ ସେଠରୁ ବାହାରିବାକୁ ଚାହୁଁଛନ୍ତି କିମ୍ବା ସୁନା ଭଳି ସୁରକ୍ଷିତ ନିବେଶ ଖୋଜୁଛନ୍ତି  । ତେଣୁ ସୁନାର ମୁଲ୍ୟ ବୃଦ୍ଧି ପାଉଛି । ଏପ୍ରିଲ ମାସରେ ବ୍ୟାଙ୍କ୍ ଅଫ୍ ଆମେରିକା ସିକ୍ୟୁରିଟିଜର ସମୀକ୍ଷକ ଅନୁମାନ କରିଥିଲେ ଯେ, ୨୦୨୧ ଶେଷ ବେଳକୁ ଅନ୍ତର୍ଜାତୀୟ ବଜାରରେ ସୁନାର ମୁଲ୍ୟ ଆଉଁସ ପିଛା ୩ ହଜାର ଡଲାର ହେବ ।

ଏମିତି ହେବ ୮୦ ହଜାର ଟଙ୍କା ସୁନା ଭରି !

3 ହଜାର ଡଲାରକୁ ଆଜି ଭାରତୀୟ ମୁଦ୍ରାରେ ବଦଳା ଯାଏ ତେବେ ଏହା ହେବ ୨ ଲକ୍ଷ ୨୭ ହଜାର ୪୦ ଟଙ୍କା । ଅନ୍ତର୍ଜାତୀୟ ବଜାରରେ ସୁନାର ମୁଲ୍ୟ ଆଉଁସ ହିସାବରେ ନିର୍ଧାରିତ ହୋଇଥାଏ । ଗୋଟିଏ ଆଉଁସ ୨୮.୩୪ ଗ୍ରାମ ସହ ସମାନ । ଏମିତିରେ ୧ ଗ୍ରାମ ସୁନାର ମୁଲ୍ୟ ହେବ ୮ ହଜାର ୧୧ ଟଙ୍କା । ୧୦ ଗ୍ରାମ ସୁନାକୁ ପଡିବ ୮୦ ହଜାର ୧୧୨ ଟଙ୍କା ।

Leave a Reply