spot_img

Latest Posts

୬୦ ହଜାର ଛୁଇଁବ ସୁନା ଭରି ! ରୂପା ଦାମ ବି ଉପର ମୁହାଁ

ନୂଆଦିଲ୍ଲୀ: ମାର୍କେଟ ସୂଚନା ଉପରେ ଯଦି ଆମେ ନଜର ପକାଇବା ତେବେ ସୁନା ଏବଂ ରୂପା ଦାମ କ୍ରମାଗତ ଭାବରେ ବଢ଼ିବାରେ ଲାଗୁଛି । ଯଦି ଏଭଳି ଲାଗିରୁହେ ତେବେ ବହୁତ ଶୀଘ୍ର ସୁନାର ଦାମ ୧୦ ଗ୍ରାମ ପ୍ରତି ୬୦ ହଜାରରେ ଏବଂ ରୂପାର ଦାମ କିଲୋ ପ୍ରତି ୮୦ ହଜାରରେ ପହଞ୍ଚିବ । ସୂଚନା ଅନୁଯାୟୀ ଆମେରିକା ଏବଂ ଚୀନ ମଧ୍ୟରେ ଲାଗିରହିଥିବା ତିକ୍ତତା, ରିଜର୍ଭ ବ୍ୟାଙ୍କ ଦ୍ୱାରା ଲିକ୍ୟୁଡିଟି ବଢ଼ିବା, ସୁଧ ହାର ହ୍ରାସ ଉପରେ ଗୁରୁତ୍ୱ, କରୋନା ଗ୍ରାଫି ବଢ଼ିବା, ସେକେଣ୍ଡ ୱେବ ଆକଳନ ଏବଂ ବର୍ତ୍ତମାନର ଜିଓ ରାଜନୈତିକ ପରିସ୍ଥିତି କାରଣରୁ ସୁନା ରୂପା ଦରଦାମ ଦୃତ ଗତିରେ ବଢ଼ିବାରେ ଲାଗିଛି ।

ଅକ୍ଟୋବର ଡିଲିଭରୀ ସୁନା

ଅକ୍ଟୋବର ଡିଲିଭରୀ ସୁନା MCX ରେ ସକାଳ ୧୧ଟା ୧୫ ମିନିଟରେ ୪୪୬ ଟଙ୍କା ବୃଦ୍ଧି ସହିତ ୫୫୫୪୪ ଟଙ୍କାରେ କାରବାର କରୁଥିଲା । ବୁଧବାର ଏହା ୫୫୦୯୮ ସ୍ତରରେ ବନ୍ଦ ହୋଇଥିଲା । ଆଜି ସକାଳେ ଏହା ୫୫୨୬୫ ସ୍ତରରେ ଖୋଲିଲା ଏବଂ ଏବେ ପର୍ଯ୍ୟନ୍ତ ଉଚ୍ଚତମ ସ୍ତର ୫୫୫୫୦ ରହିଛି ।

ଡିସେମ୍ବର ଡିଲିଭରୀ ସୁନା

ଡିସେମ୍ବର ଡିଲିଭରୀ ସୁନା MCX ରେ ସକାଳ ୧୧ଟା ୧୫ ମିନିଟରେ ୪୭୧ ଟଙ୍କା ବୃଦ୍ଧି ସହିତ ୫୫୬୯୦ ରେ କାରବାର କରୁଛି । ବୁଧବାର ଏହା ୫୫୨୧୯ ସ୍ତରରେ ବନ୍ଦ ହୋଇଛି । ଆଜି ସକାଳେ ଏହା ୫୫୪୩୪ ସ୍ତରରେ ଖୋଲିଲା ଏବଂ ଏବେ ପର୍ଯ୍ୟନ୍ତ ଉଚ୍ଚତମ ସ୍ଥର ୫୫୭୦୦ ରହିଛି ।

ସେପ୍ଟେମ୍ବର ଡିଲିଭରୀ ରୂପା

ସେପ୍ଟେମ୍ବର ଡିଲିଭରୀ ରୂପା MCX ରେ ସକାଳ ୧୧ଟା ୧୫ ମିନିଟରେ ୨୧୧୭ ଟଙ୍କା ବୃଦ୍ଧି ସହିତ ୭୪୦୧୦ରେ କାରବାର କରୁଛି । ବୁଧବାର ଏହା ୭୧୮୯୩ ସ୍ତରରେ ବନ୍ଦ ହୋଇଥିଲା । ଆଜି ସକାଳେ ଏହା ୭୨୫୬୦ ଟଙ୍କା ସ୍ତରରେ ଖୋଲିଲା ଏବଂ ଏବେ ପର୍ଯ୍ୟନ୍ତ  ଉଚ୍ଚତମ ସ୍ତର ୭୪୩୫୦ ରହିଛି ।

ଡିସେମ୍ବର ଡିଲିଭରୀ  ରୂପା

ଡିସେମ୍ବର ଡିଲିଭରୀ ରୂପା MCX ରେ ସକାଳ ୧୧ଟା ୧୫ ମିନିଟରେ ୨୦୭୫ ଟଙ୍କା ବୃଦ୍ଧି ସହ ୭୫୯୨୯ ସ୍ତରରେ କାରବାର କରୁଛି । ବୁଧବାର ସକାଳେ ଏହା ୭୪୫୭୯ ସ୍ତରରେ ଖୋଲିଲା ଏବଂ ଏବେ ପର୍ଯ୍ୟନ୍ତ ଉଚ୍ଚତମ ସ୍ତର ୭୬୨୫୦ ରହିଛି ।

ସୁନା- ରୂପା ୫୯୭୨ ଟଙ୍କା ମହଙ୍ଗା

ବୁଧବାର ଦିଲ୍ଲୀ ସରାଫା ବଜାରରେ ସୁନା ଏବଂ ରୂପାର ଦାମରେ ୫୯୭୨ ଟଙ୍କା ବୃଦ୍ଧି ପାଇଛି । ସୁନା ୧୩୬୫ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୫୬, ୧୮୧ରେ ବନ୍ଦ ହୋଇଛି । ଅନ୍ୟପଟେ ରୂପା କିଲୋପ୍ରତି ୫୯୭୨ ଟଙ୍କା ବୃଦ୍ଧି ପାଇ ୭୨,୭୨୬ରେ ପହଞ୍ଚିଛି  ।

Latest Posts

Don't Miss