ପେଟ୍ରୋଲ, ଡିଜେଲ ପରେ ସୁନା ହେବ ମହଙ୍ଗା ! ଜାଣନ୍ତୁ କାରଣ…

1 min read

ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦର । ଋଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ସୁନା ମୂଲ୍ୟ ୧.୮ପ୍ରତିଶତ ବୃଦ୍ଧି ପାଇଁ ୧୦ ଗ୍ରାମ ପ୍ରତି ୫୩,୫୦୦ ହୋଇଛି । ଅଗଷ୍ଟ ୨୦୨୦ ରେ, ଭାରତୀୟ ବଜାରରେ ସୁନା ମୂଲ୍ୟ ୫୬,୨୦୦ ଟଙ୍କା ରେକର୍ଡରେ ପହଞ୍ଚିଥିଲା । ବୈଶିକ ବଜାରରେ ସୁନା ୧.୫% ବୃଦ୍ଧି ହୋଇ ୧,୯୯୮.୩୭ ଡଲାରରେ ପ୍ରତି ଅଂଶରେ ପହଞ୍ଚିଛି ଥିଲା, ଯାହା ୧୮ ମାସ ମଧ୍ୟରେ ସର୍ବାଧିକ ଥିଲା। ଏମିସିଏକ୍ସରେ ରୂପା ୧.୫% ବଢି ୭୦,୧୭୩ କୁ ବୃଦ୍ଧି ପାଇଛି । ତେବେ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବାର କାରଣ ୟୁକ୍ରେନ ଓ ଋଷ ଯୁଦ୍ଧ ବୋଲି କୁହାଯାଉଛି ।

Budget-2022 Jewellery Industry Expects Import Duty Cut On Gold Silver

୧୦ ଗ୍ରାମ ପ୍ରତି ସୁନା ୬୦,୦୦୦ ଟଙ୍କା ଛୁଇଁପାରେ

ଯଦି ଅଶୋଧିତ ତୈଳ ବ୍ୟାରେଲ ପିଛା ୧୪୦ ଡଲାର ଅତିକ୍ରମ କରିଛି, ତେବେ ସୁନା ଦର ମଧ୍ୟ ଏଥିରୁ ବର୍ତ୍ତି ପାରିନାହିଁ । କୁହାଯାଉଛି ଯେ ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ହୁଏ, ତେବେ ସୁନା ମୂଲ୍ୟ ମଧ୍ୟ ଆହୁରି ବଢିବ ।  ସୁନା ଶୀଘ୍ର ୧୦ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି ।

ସୁନା କାହିଁକି ମହଙ୍ଗା ହେଉଛି?

ଯୁଦ୍ଧ ମଧ୍ୟରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେତୁ ମହଙ୍ଗା ହେବାରେ ଲାଗିଛି  ବିଭିନ୍ନ ଜିନିଷ । ଏହି କାରଣରୁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦରଦାମକୁ ନିୟନ୍ତ୍ରଣ କରିବାକୁ ସୁଧ ହାର ବୃଦ୍ଧି କରିପାରନ୍ତି । ତେଣୁ କୁହାଯାଉଛି ଯେ, ଆରବିଆଇ ମଧ୍ୟ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ । ଏହାର ପ୍ରଭାବ ସେୟାର ମାର୍କେଟରେ ପଡ଼ିବ । ନିବେଶକମାନେ ସେମାନଙ୍କ ନିବେଶକୁ ବଞ୍ଚାଇବା ପାଇଁ ସୁନାର ସାହାରା ନେବେ । ଏଭଳି ପରିସ୍ଥିତିରେ ସୁନାର ଚାହିଦା ମଧ୍ୟ ବୃଦ୍ଧଇ ପାଇବ ଯେଉଁଥିପାଇଁ ସୁନାର ମୂଲ୍ୟ ବୃଦ୍ଧି ହେବ । ଯେତେବେଳେ ବିଶ୍ୱ ବଜାରରେ ସେୟାର ମାର୍କେଟ ଖସିବ ସେତେବେଳେ ଯୁଦ୍ଧ ହେତୁ ବିପଦକୁ ଏଡାଇବା ପାଇଁ ନିବେଶକମାନେ ସୁନାରେ ବିନିଯୋଗ କରିବେ ।